କୋଲକତା/ ପ୍ରଶାନ୍ତ ରାଉଳ
ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଜମାଲପୁର ଅଞ୍ଚଳର ଉତ୍ତର ମୋହନପୁର ଅଞ୍ଚଳର କେନାଲ ବନ୍ଧରୁ ଏକ ବ୍ୟାଗ୍ ଭିତରୁ 9ଟି ବୋମା ଉଦ୍ଧାର ହୋଇଛି। ବୋମା ଉଦ୍ଧାରକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ବ୍ୟାଗରେ 9ଟି ନୂତନ ବୋମା ଉଦ୍ଧାର ହୋଇଛି। ପୋଲିସ ଏହା ଦେଖିବା ପରେ ସେମାନେ ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ, ବସ୍କ ସ୍କ୍ୱାଡ୍, ଅଗ୍ନିଶମ ବାହିନୀ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି। କିନ୍ତୁ, ହଠାତ୍ ଜମାଲପୁର ଅଞ୍ଚଳର କେନାଲ ବନ୍ଧରୁ ଏପରି ବୋମା ଉଦ୍ଧାରକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଜମାଲପୁର ପୋଲିସ ଷ ଏହି ବୋମାଗୁଡ଼ିକୁ କିଏ ଏବଂ କେଉଁ ଉଦ୍ଦେଶ୍ୟ ରେ ଏଠାରେ ବୋମା ରଖିଥିଲା ତାହା ତଦନ୍ତ କରୁଛି।












