ସୁବର୍ଣ୍ଣପୁର ବନଖଣ୍ଡ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ -୨୦୨୬ ପାଳନ ଅବସରରେ ବୀରମହାରାଜପୁର ଉପଖଣ୍ଡ ଖଜୁରିଆପାଲି ଗ୍ରାମର ସୁନୀତି ଗଡୁଆ “ପ୍ରକୃତି ବନ୍ଧୁ ସମ୍ମାନ ୨୦୨୬” ପୁରସ୍କାର ଜିଲ୍ଲା ସ୍ତରରେ ପାଇଛନ୍ତି l ସୁନୀତି ଜଣେ ପ୍ରକୃତିକୁ ଭଲ ପାଇ ତାର ସୁରକ୍ଷା ଦିଗରେ ସବୁବେଳେ ଉଦ୍ୟମ କରନ୍ତି l ବିଲୁପ୍ତ ଘର ଚଟିଆଙ୍କ ସରଂକ୍ଷଣ, ବନ୍ୟପ୍ରାଣୀ ଓ ପକ୍ଷୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ନିଜ ଛାତ ଉପରେ ମାଟି ପାତ୍ରରେ ପିଇବା ପାଣିର ବ୍ୟବସ୍ଥା,ବନ୍ୟପ୍ରାଣୀ ସରଂକ୍ଷଣ ପାଇଁ ସଚେତନତା, ଜଙ୍ଗଳରେ ଔଷଧୀୟ ବୃକ୍ଷର ସୁରକ୍ଷା, ଜଙ୍ଗଲ ନିଆଁ ନିରାକରଣ କରିବା ଏବଂ ଜନସଚେତନ ଏଭଲି ବିଭିନ୍ନ କାର୍ଯ୍ୟ ରେ ସାମିଲ ରହି ନିଜକୁ ପ୍ରକୃତି ସହିତ ଜୀବନକୁ ଉସର୍ଗିକୃତ କରିଛନ୍ତି l ତାଙ୍କରି କାର୍ଯକ୍ରମକୁ ବନବିଭାଗ ଓ ଜିଲ୍ଲା ପରିବେଶ ସମିତି ଏଭଲି କାର୍ଯ୍ୟପ୍ରଣାଳୀର ଉଚ୍ଚ ପ୍ରଶଂସିତ ମନେକରି “ପ୍ରକୃତି ବନ୍ଧୁ ସମ୍ମାନ ୨୦୨୬”ପାଇଁ ପୁରସ୍କୃତ କରିଛନ୍ତି l
ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ସୁନୀତି
By Charcha News












