Report- rabindra nath mohapatro
ରାୟଗଡ଼ା : ରାୟଗଡା ସହର ନିକଟସ୍ଥ ମଝିଘରିଆଣି ମନ୍ଦିର ପାଖରେ ଟ୍ରାକ୍ ଉପରେ ପଥର ପଡିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାସହ ଏକ ବଡ ଅଘଟଣରୁ ବର୍ତ୍ତୀ ଯାଇଛି ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ Iରାୟଗଡା ସହର ମଝିଘରିଆଣୀ ମନ୍ଦିର ନିକଟ ଟ୍ରାକ୍ ରେ ରାତିରେ ବର୍ଷା ଯୋଙ୍ଗୁ ଏକ ବଡ ପଥର ପଡିଯାଇଥିଲା I ଏହି ସମୟରେ ବିଶାଖାପାଟଣା ଠାରୁ କୋରବା ଯାଉଥିବା ଲିଙ୍କ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଯାଉଥିଲା I ମଧ୍ୟ ରାତ୍ରୀରେ ଜୋରରେ ଶବ୍ଦ ହେବାରୁ ଟ୍ରେନ ଚାଳକ ବ୍ରେକ ଲଗାଇ ଟ୍ରେନକୁ ରୋକିଥିଲେ I ଫଳରେ ,ରାତି ୧ ୨ଟା ରୁ ସକାଳ ୫ଟା ଯାଏଁ ସେହି ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା I ଖବର ପାଇଁ ରେସ୍କୁ ଟିମ ପଥରକୁ ହଟାଇବା ସହ ମରାମତି କାର୍ଯ୍ୟ କରିଥିଲା I ପ୍ରାୟ ୫ ଘଣ୍ଟା ଧରି ଟ୍ରକ୍ ରେ ଅଟକ ରହିଥିଲା କୋର୍ବା ଏକ୍ସପ୍ରେସ୍ I ,ଦୀର୍ଘ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବଭାବିକ ହୋଇଥିଲା I ବର୍ତ୍ତମାନ ଗୋଟିଏ ଲାଇନ୍ ରେ ଚଳାଚଳ କରୁଛି ଟ୍ରେନ୍,ରେଳବାଇ ବିଭାଗର ଉଦ୍ଧାର କାର୍ଯ୍ଯ ଜାରି ରହିଛି ।ଏହି ଘଟଣାକୁ ଆର ପି ଏଫ ତଦନ୍ତ କରୁଥିବା ବେଳେ ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ରହିଥିଲେ
ବଡ ଅଘଟଣରୁ ବଞ୍ଚିଲା ଲିଙ୍କ କୋରବା ଏକ୍ସପ୍ରେସ
By Charcha News












