ବଲାଙ୍ଗୀର:(ଦେବେନ୍ଦ୍ର ପୋଡ଼) ବଲାଙ୍ଗୀର ଜିଲା ବାର ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ବାର ହଲ ଠାରେ ‘ହାଓ ଟୁ ରିଭର୍ସ ସି ପ୍ରୋସେସ୍ ଅଫ୍ ଏ ଡେକ୍ଳୋଇନିଂ ବାର ଏଣ୍ଡ ରେଷ୍ଟୋର ଇଟ୍ସ ପ୍ରିଷ୍ଟାଇନ୍ ଗ୍ଳୋରି’ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଥିଲା। ଜିଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସେମିନାରରେ ମୁଖ୍ୟଅତିଥି ଭାବେ ଓଡିଶା ଷ୍ଟେଟ୍ ବାର କାଉନସିଲର ଚେୟାରମେନ୍ ସୀତାଂଶୁ ମୋହନ ଦ୍ୱିବେଦୀ ଏବଂ ମୁଖ୍ୟବକ୍ତା ଭାବେ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ନନ୍ଦ ଯୋଗଦାନ କରିଥିଲେ। ଆଇନବୃଦ୍ଧିର ସାମ୍ପ୍ରତିକ ଅଧୋଗତି ଏବଂ ଏହାର ହୃତ୍ ଗୌରବ ସ୍ଥାପନ ପାଇଁ ଆଇନଜୀବୀ ମାନଙ୍କୁ ସଚ୍ଚୋଟତାର ସହ ଆଇନବୃତ୍ତିର ମାନବୃଦ୍ଧି କରିବାକୁ ପଡିବ ଏବଂ ଏହାଦ୍ୱାରା ଆଇନଜୀବୀଙ୍କ ସମ୍ମାନ ବଢ଼ିବା ସହ ଆଇନବୃତ୍ତିର ସମ୍ମନ
ବଢ଼ିବ ବୋଲି ମୁଖ୍ୟବକ୍ତା ନନ୍ଦ କହିଥିଲେ। ଆଇନଜୀବୀଙ୍କ ବିଭିନ୍ନ ଅସୁବିଧାର ଦୂରୀକରଣ, ଆଇନ ବ୍ୟବସାୟର ସମୃଦ୍ଧିକରଣ ଦିଗରେ ଷ୍ଟେଟ୍ ବାର କାଉନସିଲ ପ୍ରତିବଦ୍ଧ ବୋଲି ମୁଖ୍ୟଅତିଥି ଦ୍ୱିବେଦୀ କହିଥିଲେ। ସେମିନାର କମିଟି ଆବାହକ ତଥା ବରିଷ୍ଠ ଆଇନଜୀବୀ ଜୟକୃଷ୍ଣ ସାହୁ ସଭା ପରିଚାଳନା କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟରେ ଆଇନଜୀବୀ ସାହୁ ଆଇନବୃତ୍ତି ପ୍ରତିଭାବାନ୍ ଯୁବତୀ, ଯୁବକଙ୍କୁ ଆକର୍ଷିତ କଲେ ଆଇନବୃତ୍ତିର ମାନ ବୃଦ୍ଧି ହେବ ବୋଲି କହିଥିଲେ। ଅତିଥି ବକ୍ତାଙ୍କ ବକ୍ତବ୍ୟ ପରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସେମିନାର କମିଟି ସଂଯୋଜକ ଚନ୍ଦ୍ରଶେଖର ମିଶ୍ର, ଜାଗୃତି ସାହୁ, ସଙ୍ଗୀତା ମାଝି, ପ୍ରମୋଦ ବହିଦାର, ଅରବିନ୍ଦାକ୍ଷ ପୂଜାରୀ ଓ ରତନ ମହାରଣା ଅଂଶଗ୍ରହଣ କରିଥିଲେ। ଆଇନଜୀବୀ ଅରବିନ୍ଦାକ୍ଷ ପୂଜାରୀ ଭର୍ଚ୍ଚୁଆଲ କୋର୍ଟ ଉପରେ ପ୍ରଶ୍ନ କରି ପଶ୍ଚିମ ଓଡିଶା ପାଇଁ ସାପ୍ତାହିକ ଗୋଟିଏ ଦିନ ହାଇକୋର୍ଟର ସ୍ୱତନ୍ତ୍ର ଶୁଣାଣି ପାଇଁ ରାଜ୍ୟ ବାର କାଉନସିଲ ପଦକ୍ଷେପ ନେଇ ବୋଲି ପ୍ରସ୍ତାବ ରଖିଥିଲେ। ଏହି ସେମିନାରରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଭବାନୀ ଶଙ୍କର ଶତପଥି, ଜଗନ୍ନାଥ ଆଚାର୍ଯ୍ୟ, ଶ୍ରୀକର ମିଶ୍ର, ଦୀପ୍ତି ଶର୍ମା, ଅଶୋକ ରାଉତ, ସନ୍ତୋଷ ପାଢ଼ୀ, ଦେବେନ୍ଦ୍ର ପାଣିଗ୍ରାହୀ, ସୁଧାଂଶୁ ଶେଖର ଦେଓ, ଦେବାଶିଷ ବିଶ୍ୱାଳ, ସରୋଜ ଗୁପ୍ତା, ଶଶୀଭୂଷଣ ପୁରୋହିତ, ସମୀର ମିଶ୍ର, ସବିତା ରାଣୀ ମିଶ୍ର, ସୁମିତ ଖୁଆସ, ଲକ୍ଷ୍ମଣ ହୋତା, ମଳୟ ଗଡତ୍ୟା, ଆର୍ତ୍ତତ୍ରାଣ ପୁରୋହିତ, ସଞ୍ଜୟ ପଟେଲ, ଶିବଦତ୍ତ ଦ୍ୱିବେଦୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।











