ଉଦଳା – (ରାଜୀବ କୁମାର ବେହେରା ) – ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ଟାଟା ପାୱାର ର ଭିଜିଲାନ୍ସ ଟିମ ନାମରେ ଏକ ଗୁରୁତର ଓ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, କିଛି ବ୍ୟକ୍ତି ନିଜକୁ ଟାଟା ପାୱାର ଭିଜିଲାନ୍ସ ଟିମର ସଦସ୍ୟ ବୋଲି ପରିଚୟ ଦେଇ ଗ୍ରାହକଙ୍କ ଘରେ ଚେକିଂ କରୁଛନ୍ତି।
ଚେକିଂ ସମୟରେ ବିଦ୍ୟୁତ ଅନିୟମ ଦେଖାଇ ମୋଟା ଅଙ୍କର ଫାଇନ ଲାଗିବ ବୋଲି ଗ୍ରାହକଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହା ପରେ ଭୟଭୀତ ଉପଭୋକ୍ତାଙ୍କୁ “ଟଙ୍କା ଦେଲେ ମାମଲା ସେଟଲ୍ କରାଯିବ” ବୋଲି କୁହାଯାଇ ଲାଞ୍ଚ ନେଇ ମାମଲାକୁ ରଫାଦଫା କରାଯାଉଥିବା କଥା ଅଭିଯୋଗରେ ଉଲ୍ଲେଖ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା କଥା, ଏଭଳି ଘଟଣାରେ ସାଧାରଣ ବିଦ୍ୟୁତ ଉପଭୋକ୍ତା ଭୟଭୀତ ହୋଇପଡ଼ୁଛନ୍ତି। ଦିନକୁ ଦିନ ଏଭଳି ଅଭିଯୋଗ ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମରେ ପହଞ୍ଚିଛି।
ଜଣେ ପୀଡିତ ଅଭିଯୋଗ କରି କହିଛନ୍ତି,
“ପ୍ରଥମେ ଆମକୁ ମୋଟା ଫାଇନ ଧମକ ଦିଆଗଲା। ପରେ ଟଙ୍କା ନେଇ ମାମଲାକୁ ରଫାଦଫା କରିଦେଲେ।”
ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି—
ଭିଜିଲାନ୍ସ ଟିମ ନାମରେ ଏହି ଦୁର୍ନୀତି କିଏ କରୁଛି?
ଟାଟା ପାୱାର କର୍ତ୍ତୃପକ୍ଷ ଏହା ଉପରେ କେବେ ତଦନ୍ତ କରି କଡା ପଦକ୍ଷେପ ନେବେ?
ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନମାନେ ଘଟଣା ଉପରେ ସ୍ୱତନ୍ତ୍ର ଓ ନିଷ୍ପକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବାରିପଦାରେ ଟାଟା ପାୱାର ଭିଜିଲାନ୍ସ ନାମରେ ସାଂଘାତିକ ଅଭିଯୋଗ
By Charcha News












