ମାଲକାନାଗିରି/ସାମ୍ୱାଦିକ ମାନସ୍ ନେତାମ୍
ମାଲକାନଗିରି ସଦରମହକୁମା ବିଜେପି କାର୍ଯ୍ୟାଳୟ ଠାରେ ନୂତନ ନଗର୍ ମଣ୍ଡଳ ସ୍ତରୀୟ କମିଟି ଗଠନ କରାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଜେପି ପକ୍ଷରୁ ନୂତନ ମଣ୍ଡଳ କମିଟିର ସ୍ବାଗତ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର୍ ପରିଡା ,ସମ୍ମାନୀୟ ଅତିଥି ଭାବେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ନିହାର ରାୟ,ବରିଷ୍ଠ ବିଜେପି ନେତା ମାଣିକ ଚକ୍ରବର୍ତ୍ତୀ ସମେତ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରତନ ବନିକ ଉପସ୍ଥିତ ରହିଥିଲେ, ନୂତନ ମଣ୍ଡଳ ନଗର୍ କମିଟିର ସାଧାରଣ ସମ୍ପାଦକ ଭାବେ ସୁବ୍ରତ କୁମାର ଗୈଡ଼, ଅନ୍ୟତମ ସାଧାରଣ ସଂପାଦକ ଭଗିରଥି ଦଳେଇ, ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ବାରିକ, କିଶାନ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ଜେନା, ଏସ.ସି ମୋର୍ଚ୍ଚା ସଭାପତି ମହେଶ୍ୱର ସଗରୀୟା, ଏସ.ଟି ମୋର୍ଚ୍ଚା ସଭାପତି ସୋନିୟା କବାସୀ, ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ ମହାରଣା, ମାଇନୋରିଟି ମୋର୍ଚ୍ଚା ସଭାପତି ହେମନ୍ତ ଖରା ଙ୍କୁ ନୂତନ ମଣ୍ଡଳ ନଗର୍ କମିଟିରେ ସଭାପତି ଭାବେ ଚୟନ କରାଯାଇଛି।ଆଗାମୀ ଦିନରେ ସମସ୍ତ ସଦସ୍ୟମାନେ ଅନ୍ୟାନ୍ୟ ପଦବୀଗୁଡ଼ିକ ଚୟନ କରିବେ ବୋଲି ଜଣାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ନଗର୍ ମଣ୍ଡଳ କମିଟିର ସଭାପତି ଦିଲିପ ଧନପତି ଏବଂ ବିଜେପିର ବହୁ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।











