ବିଳମ୍ବିତ ରାତ୍ରିରେ ଜଣେ ପୋଲିସ୍ କର୍ମଚାରୀ ଡ୍ୟୁଟି ସାରି ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ସ୍ବିକାର ହୋଇଛନ୍ତି। ନିର୍ମାଣ ହେଉଥିବା ବାଇପାସ୍ ରାସ୍ତା କାମର ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଚାଲିଗଲା ଜଣେ ପୋଲିସ୍ କର୍ମଚାରୀ ଙ୍କ ଜୀବନ।
ଘଟଣାସ୍ଥଳର ଗୁରତର ପୋଲିସ୍ କର୍ମଚାରୀ କୁ ଉଦ୍ଧାର କରି ଜନସାଧାରଣ ଓ ପୋଲିସ୍ ସହାୟତାରେ ପିସିଆର୍ ଗାଡିରେ ଗୁଣୁପୁର ଉପଖଣ୍ଡସ୍ତରିୟ ମେଡିକାଲ୍ ଭର୍ତୀ କରାଯାଇଥିଲା। ଅବସ୍ଥା ସଂଙ୍କଟାପଣ୍ଣ ଥିବାରୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ବାଇପାସ୍ ରାସ୍ତା ରେ ବିଳମ୍ବିତ ରାତ୍ରିରେ କିଛି ସମୟ ଧରି ଉତେଜନା ଦେଖାଦେଇଥିଲା। ରାସ୍ତା ମଧ୍ୟ ଅବୋରଧ କରିଥିଲେ କିଛି ସ୍ଥାନିୟ ଲୋକେ। ଘଟଣାସ୍ଥଳରେ ସ୍ଥାନିୟ ବିଧାୟକ ସତ୍ୟଜିତ ଗମାଙ୍ଗ ପୋଲିସ୍ ପହଞ୍ଚିଥିଲେ । ସ୍ଥାନିୟ ଲୋକେ ରାସ୍ତା କାମ ସାରିବା ପାଇଁ ବିଧାୟକ ଙ୍କୁ ଘେରିବା ସହ ବିଭାଗୀୟ ଅଧିକାରି ମାନଙ୍କ ସହ ଆଲୋଚନା କରିବା ପାଇଁ ସ୍ବର ଉଠାଇଥିଲେ। ପୋଲିସ୍ ଆଇଆଇସି କେକେବିକେ କଁଅର ଓ ପୁର୍ତବିଭାଗ ଯନ୍ତ୍ରୀ , ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ଥିଲେ ଉତ୍ୟକ୍ତ ଲୋକଙ୍କୁ ବୁଝାଇ ଥିଲେ। ଯେଉଁ ପୋଲିସ୍ କର୍ମଚାରୀ ମରିଗଲେ ତା ପାଇ ଦାୟିକିଏ ବୋଲି ସ୍ଥାନିୟ ଲୋକେ ପ୍ରଶ୍ନ କରିଥିଲେ। ଅନେକ ସମୟ ବୁଝାସୁଝାପରେ ପରେ ରାସ୍ତା ଅବୋରଧ ହଠିଥିଲା। ମୃତକ ପୋଲିସ୍ ଜଣକ ହେଲେ ଗୁଣୁପୁର ଆଦର୍ଶଥାନା ର ଏସ୍ପିଓ କର୍ମଚାରୀ ମାଧବ ଶବର। ତାଙ୍କ ନିଜଘର ପଦ୍ମପୁର ବ୍ଲକ୍ ନାଇରା ପଞ୍ଚାୟତ ବନ୍ଦରୁଗୁଡା ଗ୍ରାମ ବୋଲି ଜଣାପଡିଛି। ଗୁଣୁପୁର ସହର ର ମୁଖ୍ୟ ବାଇପାସ୍ ରାସ୍ତା ପୁର୍ତବିଭାଗ ର ହସ୍ତକ୍ଷେପର ଏକ ଠିକସଂସ୍ଥା ନିର୍ମାଣ କରୁଛି। ତିନିବର୍ଷ ଧରି କାମ ସରୁନଥିବା ଯଗୁଁ ଅନେକ ଲୋକ ଦୁର୍ଘଟଣାର ସ୍ବିକାର ହେବାକୁ ପଡିଛି। ଅବଧିସମୟ ସରିବା ପରେ ମଧ୍ୟ କାମ ହୋଇପାରୁନି। ଏପରିକି ପୁର୍ତବିଭାଗ ସହକାରି ନିର୍ବାହି ଯନ୍ତ୍ରୀ କହିଛନ୍ତି ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ଖୁଣ୍ଟ ରାସ୍ତା ମଝିରୁ ନହଟାଇବାରୁ କାମ ହୋଇପାରୁନଥିବା କହିଥିବା ବେଳେ ଆରୋପ ଦୋଷାରୋପ ମଧ୍ୟରେ ସ୍ଥାନିୟ ଜନସାଧାରଣ ହରଡଘଣାରେ ପଡିଛନ୍ତି। ଆଗକୁ ଜଦି ପ୍ରଶାସନ ର ହସ୍ତକ୍ଷେପ ରେ କାମ ଯଥାଶିଘ୍ର ନସାରେ ତେବେ ଆଗକୁ ସ୍ଥାନିୟ ଜନସାଧାରଣ ରାଜ ରାସ୍ତା କୁ ଓହ୍ନାଇବ ବୋଲି ଚେତାବନୀ ଦେଇଛନ୍ତି।
ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଚାଲିଗଲା ପୋଲିସ୍ କନେଷ୍ଟବଳ ଙ୍କ ଜୀବନ
By Charcha News











