ରବୀନ୍ଦ୍ର ନାଥ ମହାପାତ୍ର
ଶୁଣିଲା ନାହିଁ ପ୍ରଶାସନ ।ଚାଷୀ ମାନେ ଏକ ହୋଇ ନିର୍ମାଣ କଲେ ଚେକ ଡେମ।ଜେସିବି ଟ୍ରାକ୍ଟର ମାଧ୍ୟମରେ ୩ଦିନ ଲାଗିବା ପରେ ଜମି କୁ ଜଳ ସେଚିତ କରି ଆନନ୍ଦିତ ହେଲେ ଚାଷୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ପାଜିଲିବନ୍ଧ ଗ୍ରାମରେ।ପାଖାପାଖି ୧୦୦ ଏକର ଉର୍ଦ୍ଧ ଚାଷ ଜମି କୁ ଏହି ଚେକ୍ ଡେମ ର ପାଣି ଜଳ ସେଚିତ କରୁଥିଲା।ହେଲେ ଏହି ଅକ୍ଟବର୍ ମାସ ୨ ତାରିଖ ଲଗାଣ ବର୍ଷା ରେ ପାହାଡ ରୁ ବନ୍ୟା ପାଣି ଆସି ଚେକ୍ ଡେମ ଟି ଭାଙ୍ଗି ଧୋଇ ଦେଇଥିଲା।ଫଳରେ ଏଠାକାର ଚାଷୀ ମୁଣ୍ଡରେ ହାତ ଦେଇ ଥିଲେ।ଧାନ ଗର୍ଭ ରେ ରହିଛି ଏମିତି ସମୟରେ ଗଛ କୁ ପାଣି ଦରକାର। ନ ହେଲେ ବର୍ଷ ସାରା ଆହାର ଯୋଗାଉଥିବା ଧାନ ଫସଲ ନଷ୍ଟ ହୋଇଯିବ । ସ୍ଥାନୀୟ ପ୍ରଶାସନ କୁ ଗୁହାରି କରିଥିଲେ ।କିନ୍ତୁ କିଛି ସଫଳ ମିଳିଲା ନାହିଁ। ପରେ ସେହି ସମୟରେ ପ୍ରଭାବିତ ଏରିଆ ନଷ୍ଟ ସମୟ ରେ କୋରାପୁଟ ସାଂସଦ ଗୁଣପୁର ବିଧାୟକ ଙ୍କୁ ମଧ୍ୟ କହିଥିଲେ କେହି ହେଲେ ଆମ କଥା କେହି ଶୁଣିଲେ ନାହିଁ ବୋଲି ଚାଷୀ ମାନେ କହିଥିଲେ।ପରେ ଚାଷୀ ମାନେ ନାଳ ଉପରେ ଜେସିବି ଟ୍ରକ୍ଟର ମାଧ୍ୟମ ରେ ମାଟି ପକାଇ ଟିଣ କୁ ଗୋଲାକାର ପାଇପ କରି ଜମି କୁ ପାଣି ନେଇଥିଲେ।ମଙ୍ଗଳ ବାର ସନ୍ଧ୍ୟା ୫ଟାରେ ପାଣି ଜମି କୁ ପହଞ୍ଚିଥିଲା ।
ତେବେ ଆଗକୁ ବର୍ଷା ଆସୁଛି ବୋଲି ଶୁଣି ଚାଷୀ ମାନେ ଛାନିଆଁ ହୋଇଥିବା ବେଳେ।ତୁରନ୍ତ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷ ରୁ ସର୍ଭେ କରି ନୂତନ ଡିଯାଇନ ରେ ଆଉ ଏକ ଚେକ ଡେମ ନିର୍ମାଣ କଲେ ଏଠାକାର ଚାଷୀ ଭାଇ ମାନେ ସବୁଦିନ ପାଇଁ ଜମି କୁ ଜଳ ସେଚିତ ହେବ ଏବଂ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ଏଠାକାର ଚାଷୀ ଭାଇ ମାନେ।











