ପ୍ରଶାନ୍ତ ରାଉଳ
କୋଲକାତା
ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ମଧ୍ୟମଗ୍ରାମ ବିସ୍ଫୋରଣର ନେପଥ୍ୟରେ ପ୍ରେମ ବିବାଦ ଥିବା ପୋଲିସ ନିଶ୍ଚିତ କରିଛି। ତଦନ୍ତରୁ ଜଣାପଡିଛି ଯେ ବିବାହ ବର୍ହିଭୁତ ସମ୍ପର୍କ ଥିଲା। ଏସ୍ଟିଏଫ୍ ଇତିମଧ୍ୟରେ ମୃତ ଯୁବକ ସଚ୍ଚିଦାନନ୍ଦଙ୍କ ପ୍ରେମିକା ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ଉତ୍ତର ପ୍ରଦେଶର ବାସିନ୍ଦା ସଚ୍ଚିଦାନନ୍ଦ ମଧ୍ୟମଗ୍ରାମର ଦାସପଡା ନିବାସୀ ନୀଳିମା ନାମକ ଜଣେ ଗୃହିଣୀଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରିଥିଲେ। ସେହି ସମ୍ପର୍କ ଧୀରେ ଧୀରେ ଗଭୀର ହୋଇଥିଲା। ପରେ, ଯେତେବେଳେ ପ୍ରେମିକାଙ୍କ ସ୍ୱାମୀ ଶଫିକୁଲ ଗାଜି ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ଅଶାନ୍ତି ଆରମ୍ଭ ହୋଇଥିଲା। ପଡ଼ୋଶୀମାନେ ମଧ୍ୟ ପାରିବାରିକ ଅଶାନ୍ତି ବିଷୟରେ ସୂଚନା ଦେଇଛନ୍ତି। ପୋଲିସଠାରୁ ସୂଚନା ପାଇବା ପରେ ସଚ୍ଚିଦାନନ୍ଦଙ୍କ ବାପା ଅଶ୍ୱିନୀ କୁମାର ମିଶ୍ର ମଧ୍ୟମଗ୍ରାମକୁ ଆସିଛନ୍ତି। ସେ ଜାଣିଥିଲେ ଯେ ତାଙ୍କ ପୁଅ ବାରଣାସୀକୁ ଯାଇଛି।
ଜାଣିବାକୁ ମିଳିଛି ମିଳିଛି ଯେ ଆଇଟିଆଇ ପାସ୍ କରିଥିବା ସଚ୍ଚିଦାନନ୍ଦ ଯନ୍ତ୍ର ତିଆରି କରିବାରେ ଦକ୍ଷ ଥିଲେ। ସୋମବାର ଦିନ ଏସ୍ଟିଏଫ୍ ସଚ୍ଚିଦାନନ୍ଦଙ୍କ ପ୍ରେମିକା ଏବଂ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି। ସେମାନଙ୍କୁ ପଚରାଉଚରା ଚାଲିଛି। ସ୍ୱାମୀ ପରକୀୟା ପ୍ରୀତି ବିଷୟରେ ଜାଣିବା ପରଠାରୁ ଘରେ ଅଶାନ୍ତି ଲାଗି ରହିଥିଲା। ଏଥିପାଇଁ ଶଫିକୁଲ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାରଧର କରିଥିଲେ। ପ୍ରେମିକାର ଅପମାନକୁ ଗ୍ରହଣ କରି ନ ପାରି ସଚ୍ଚିଦାନନ୍ଦ ମିଶ୍ର ଶଫିକୁଲଙ୍କୁ ହତ୍ୟା କରିବାକୁ ମଧ୍ୟମଗ୍ରାମ ଆସିଥିଲେ। ସେ ଭୁଲବଶତଃ କଲମ ପରି ଏକ ଇଲେକ୍ଟ୍ରୋନିକ୍ ଡିଭାଇସର ବଟନ୍ ଦବାଇ ଦୁର୍ଘଟଣା ଘଟାଇଥିଲେ। ପୋଲିସ ସନ୍ଦେହ କରୁଛି ଯେ ମହିଳାଙ୍କ ସ୍ୱାମୀ ଯେତେବେଳେ କାମ ପାଇଁ ବାହାରକୁ ଯାଉଥିଲେ ସଚ୍ଚିଦାନନ୍ଦ ମଧ୍ୟମଗ୍ରାମ ଆସୁଥିଲେ। ସଚ୍ଚିଦାନନ୍ଦ ତିନି ଦିନ ଧରି ମଧ୍ୟମଗ୍ରାମରେ ରହିଥିଲେ। ସେ ମଧ୍ୟ ତିନି ମାସ ପୂର୍ବରୁ ମଧ୍ୟମଗ୍ରାମ ଆସିଥିଲେ। ପୋଲିସର ପ୍ରାରମ୍ଭିକ ସନ୍ଦେହ ହେଉଛି ଯେ ସଚ୍ଚିଦାନନ୍ଦ ତାଙ୍କ ପ୍ରେମିକାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଏହି ଡିଭାଇସ୍ ଆଣିଥିଲେ। ତେବେ, ଏହା ପଛରେ ପ୍ରେମିକାର ହାତ ଅଛି କି ନାହିଁ ତାହା ପୋଲିସ ତଦନ୍ତ କରୁଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲା ପୋଲିସ ଅଧିକ୍ଷକ ପ୍ରତୀକ୍ଷା ଝାରଖରିଆ କହିଛନ୍ତି ଯେ ସଚ୍ଚିଦାନନ୍ଦ ବୋମା ଆଣି ନଥିଲେ, ବରଂ ଏକ ଇଲେକ୍ଟ୍ରୋନିକ ଡିଭାଇସ୍ ଆଣିଥିଲେ। ଅସାବଧାନତା ଯୋଗୁଁ ଉଚ୍ଚ କ୍ଷମତାସମ୍ପନ୍ନ ଡିଭାଇସ୍ ବିସ୍ଫୋରଣ ହୋଇଥିଲା। ରବିବାର ବିଳମ୍ବିତ ରାତିରେ ମଧ୍ୟମଗ୍ରାମ ହାଇସ୍କୁଲର ଫାଟକ ସମ୍ମୁଖରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣରେ ପ୍ରେମ ସମ୍ପର୍କ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ସୋମବାର ଏନ୍ଆଇଏ ଟିମ୍ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି।
ମଧ୍ୟମଗ୍ରାମ ବିସ୍ଫୋରଣ: ଟାର୍ଗେଟରେ ଥିଲେ ପ୍ରେମିକାର ସ୍ୱାମୀ! ସଚ୍ଚିଦାନନ୍ଦଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ
By Charcha News











