ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ଆସିଥିବା ସମ୍ବିଧାନ ସଂଶୋଧନ ବିଲ୍ ଆଜି ଲୋକସଭାରେ କାଟ ଖାଇଛି। ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବାରୁ ଏ ବାବଦ ବିଲ୍ ସଂସଦରେ ବିଫଳ ହୋଇଛି।
BY-SUBHASMITA-DT-18.4.2026
ନୂଆଦିଲ୍ଲୀ: ଦେଶରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ଉଦ୍ଦେଶ୍ୟରେ ଆଣାଯାଇଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହେବାରେ ବିଫଳ ହୋଇଛି। ଦୁଇ-ତୃତୀୟାଂଶ ସମର୍ଥନ ନ ମିଳିବାରୁ ବିଲ୍ଟି କାଟ ଖାଇଥିବାରୁ ମହିଳା ସଂରକ୍ଷଣ ପ୍ରକ୍ରିୟା ଉପରେ ଅନିଶ୍ଚିତତା ଘନୀଭୂତ ହୋଇଛି।ଲୋକସଭାରେ ମୋଟ ୫୨୮ ସଦସ୍ୟ ଉପସ୍ଥିତ ଥିଲେ ସପକ୍ଷରେ: ୨୯୮ ଭୋଟ ବିରୋଧରେ: ୨୩୦ ଭୋଟ ବିଲ୍ ପାଇଁ ଆବଶ୍ୟକ ଥିଲା ୩୨୬ ଭୋଟ, ଯାହା ନ ମିଳିବାରୁ ବିଲ୍ ଧସିପଡ଼ିଲା।
ନୂତନ ଜନଗଣନା ବିନା ସୀମା ନିର୍ଦ୍ଧାରଣ ୨୦୧୧ ଜନଗଣନା ଆଧାରରେ ମଣ୍ଡଳୀ ପୁନର୍ଗଠନ୨୦୨୯ ପୂର୍ବରୁ ମହିଳା ସଂରକ୍ଷଣ କାର୍ଯ୍ୟକାରୀ Amit Shah କହିଲେ ମହିଳାଙ୍କ ଅଧିକାର ପାଇଁ ଆଉ ବିଳମ୍ବ ହେବା ଉଚିତ୍ ନୁହେଁNarendra Modi ସମସ୍ତଙ୍କୁ “ମାତୃ ଶକ୍ତି” ପକ୍ଷରେ ଭୋଟ ଦେବାକୁ ଆହ୍ୱାନ କଲେ ଜୋର୍ଦାର ବିରୋଧ କରି କହିଲେ ଜନଗଣନା ବିନା delimitation ସାମ୍ବିଧାନିକ ନୁହେଁ ସରକାର ରାଜନୀତିକ ଲାଭ ନେବାକୁ ଚେଷ୍ଟା କରୁଛି ପଛୁଆ ବର୍ଗର ମହିଳାଙ୍କ ପାଇଁ ଅଲଗା ବ୍ୟବସ୍ଥା ନାହିଁ
ବିଲ୍ ବିଫଳ ପରେ Kiren Rijiju ଅନ୍ୟ ସମ୍ପର୍କିତ ବିଲ୍ଗୁଡ଼ିକୁ ପ୍ରତ୍ୟାହାର କରିନେଲେ। ଏହା ପରେ ରାଜନୀତିକ ମଞ୍ଚରେ ତର୍କ-ବିତର୍କ ବଢ଼ିଯାଇଛି ।
ଚର୍ଚ୍ଚା news












