ତାରିଖ-୧୭-୦୧-୨୦୨୬
ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା: ଜୋରଧରିଲା ବ୍ଲକ୍ ଗଠନ ଦାବି। ଗୁଣୁପୁର ବ୍ଲକ୍ ର ଜଗନ୍ନାଥ ପୁର ପଞ୍ଚାୟତକୁ ନୁତନ ବ୍ଲକ୍ ଗଠନ କରିବା ଦାବି ନେଇ ଆଜି ୪ ଗୋଟି ପଞ୍ଚାୟତର ଲୋକ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ତ୍ରିନାଥ ମନ୍ଦିର ଛକ ନିକଟରରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ଗୁଣୁପୁର ବ୍ଲକ୍ ରେ ୧୯ ଗୋଟି ପଞ୍ଚାୟତ ରହିଛି। ଯେହେତୁ ସରକାରଙ୍କ ନିୟମ ଅନୁଯାୟି ଭୈାଗଳିକ ଦୃଷ୍ଟି କୋଣରୁ ଗୁଣୁପୁର ବଡ ବ୍ଲକ୍ ରହିଛି ଜନସଂଖ୍ୟା ଅତ୍ୟାଧିକ ରହିଛି। ଏଣୁ ଏହି ବ୍ଲକ୍ କୁ କୁ ଭାଗ କରି ଚାରୋଟି ପଞ୍ଚାୟତ ଯଥା ମୋରମା, ଗୋଠଳପଦର, ଜଗନ୍ନାଥପୁର, ଶ୍ରୀଝୋଲି ବଂଶଧାରା ନଦୀର ପଶ୍ଚିମ ପାର୍ଶ୍ବରେ ରହିଥିବା ଗ୍ରାମପଞ୍ଚାୟତର ଗ୍ରାମବାସୀ ଲେଖି ଦାବି ଜଣାଇଥିଲେ। ୧୯୬୦ ମସିହାରେ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ଗଠନ ସମୟରେ ଗୁଣପୁର ସହରରେ ଅବସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ ଜଗନ୍ନାଥପୁର ରେ ପଞ୍ଚାୟତ ସମିତି ଭାବରେ କାର୍ଯ୍ୟ କରି ଆସୁଥିଲା । ପରବର୍ତ୍ତୀ ପରିସ୍ଥିତିରେ ଉପଖଣ୍ଡ ଓ ସହରର ସୁବିଧା ଦୃଷ୍ଟିରୁ ଏହାକୁ ଜଗନ୍ନାଥପୁର ବଦଳରେ ଗୁଣପୁର ସ୍ଥାନାନ୍ତର କରାଯାଇ ଗୁଣପୁର ପଞ୍ଚାୟତ ସମିତି କରାଗଲା । ଯେଉଁଥିରେ ବର୍ତ୍ତମାନ ୧୯ ଗୋଟି ଗ୍ରାମପଞ୍ଚାୟତ ରହିଅଛି ।
ଏହାରି ମଧ୍ଯରୁ ଉପରୋକ୍ତ ଗ୍ରାମ ପଞ୍ଚାୟତ ଗୁଡିକ ସମ୍ପୂର୍ଣ ଉପାନ୍ତ ଅଞ୍ଚଳ ଓ ଆନ୍ଧ୍ର ନିକଟ ବର୍ତି ଅଞ୍ଚଳ ଅଟେ । ଉକ୍ତ ଜଗନ୍ନାଥପୁର ପଞ୍ଚାୟତ ସମିତି ଗଠନ ସମୟରେ ଏଠାରେ ଗୋଟିଏ ସି.ଏସ. ସି . (ପ୍ରାଥମିକ) ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଧିକାରୀଙ୍କ ରହିବା ନିମନ୍ତେ ବଙ୍ଗଳା ଗଠନ କରଯାଇଥିଲା ଓ ଉପାନ୍ତ ଗୋଠଳପଦର ଠାରେ ନକ୍ସଲ ବିରୋଧୀ ପୋଲିସ କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା । କହିବାକୁ ଗଲେ ଏହା ସମ୍ପୂର୍ଣ ନକ୍ସଲ ପ୍ରବଣ ଅଞ୍ଚଳ ଥିଲା । ବର୍ତ୍ତମାନ ଉପରୋକ୍ତ ଗ୍ରାମପଞ୍ଚାୟତ ଗୁଡିକ ନିମ୍ନମତେ ଜନସଂଖ୍ୟା, ବିଦ୍ୟାଳୟ, ରଚ୍ଚ ବିଦ୍ୟାଳୟ, ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର, ରାଜସ୍ବ ପରିଷଦ କେନ୍ଦ୍ର ରହିଅଛି । ଏହା ସହ ଉପରୋକ୍ତ ଗ୍ରାମପଞ୍ଚାୟତ ଗୁଡିକ ମନ୍ଦିର ମାଲିନୀ ଓ ଚାଷ ଉପଯୋଗୀ ଜମି ରହିଅଛି । ସରକାରଙ୍କ ସହାୟତା ହେଲେ ଉପରୋକ୍ତ ଅଞ୍ଚଳରେ ପରିଦର୍ଶନ ସ୍ଥଳି ମଧ୍ୟ ସୃଷ୍ଟି କରାଯାଇ ଜମି ଯୋଗାଣ କରାଯାଇ ପାରିବ । ସରକାରଙ୍କ ଆବଶ୍ୟକ ମୁତାବକ ବିଭିନ୍ନ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ନିର୍ମାଣପାଇଁ ସରକାରୀ ଜାଗା ରହିଅଛି । ଉପରୋକ୍ତ ଗ୍ରାମପଞ୍ଚାୟତ ଗୁଡିକୁ ନେଇ ତୁରନ୍ତ ଏକ ପଞ୍ଚାୟତ ସମିତି (ବ୍ଲକ) ଗଠନ ନିମନ୍ତେ ଗ୍ରାମବାସୀ ଦାବି କରିଥିଲେ। ଦାବପତ୍ର ପ୍ରଦାନ ସମୟରେ ପୁର୍ବତନ ସରପଞ୍ଚ ଗୈାରି ଗମାଙ୍ଗ, ଅବସର ପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ଚୈାଧୁରି, ବରିଷ୍ଟ ଓକିଲ ଗୈାରି ଦାସ, ଲୋକ ପ୍ରତିନିଧି, ସ୍ଥାନୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।












