ସାମ୍ବାଦିକ ସୁକାନ୍ତ ମହାପାତ୍ର
ତାରିଖ- ୧୨-୦୩-୨୦୨୬
କଟକ : ଜଗତପୁର ଗୋଲେଇ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ପଣ୍ଡା ଟାୟାରରେ କାର୍ଯ୍ୟରତ ଜଣେ ଯୁବକଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଛୁରାମାଡ଼ କରି ନିଜେ ଚାଲି ଚାଲି ଜଗତପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିବା ସମୟରେ ପୁଲିସ୍ ପହଞ୍ଚି ଉକ୍ତ ବ୍ୟକ୍ତି କୁ କାବୁ କରିବା ସହ ହାତରେ ଧରି ଥିବା ଛୁରୀ ଟିକୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ୪୮ ନଂ ୱାର୍ଡ ଶିକାରୀ ସାହିରେ ଆହତ ସଂଜୀବ ଶୁକ୍ଳା ରହୁଥିବାବେଳେ ଆକ୍ରମଣ କାରୀ ବିବେକାନନ୍ଦ ବସ୍ତିଆ ଜଗତପୁର ସ୍ଥିତ ନାନକାର ଗାଁରେ ଭଡ଼ା ରହୁଥିଲେ । ପଣ୍ଡା ଟାୟାର ର ପରିସର ମଧ୍ୟରେ ଘଟିଥିବା ଏଭଳି ଘଟଣା ର ପ୍ରତ୍ୟକ୍ଷଦର୍ଶୀ କର୍ମଚାରୀ ମାନେ ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରି ଗଣମାଧ୍ୟମ କୁ ସୂଚନା ଦେବାକୁ ମନା କରିଦେଇଛନ୍ତି। ତେବେ ଅଭିଯୁକ୍ତ ଙ୍କ ସ୍ତ୍ରୀ ସହିତ କାଳେ ସଂଜୀବ ଙ୍କ ଅନୈତିକ ସମ୍ପର୍କ ଥିବା ନେଇ ଏଭଳି ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। ତେବେ ଆକ୍ରମଣକାରୀ ବିବେକାନନ୍ଦ ଙ୍କୁ ପୁଲିସ୍ ଅଟକ ରଖି ଅଧିକ ପଚରାଉଚରା କରୁଛି।












