କିଏ ଦେଲେ ଏତେ ବଡ଼ ଗିଫ୍ଟ?
by-Subhasmita das DT-30-3-2026
ଭୁବେନଶ୍ୱର :dt-30-3-2026::ଧୁରନ୍ଧର ପାର୍ଟ-୧’ ଓ ‘ଧୁରନ୍ଧର ପାର୍ଟ-୨’ର ଭୟଙ୍କର ସଫଳତା ପରେ ବଲିଉଡ୍ ଅଭିନେତା ରଣବୀର ସିଂହ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ବିଶେଷକରି ‘ଧୁରନ୍ଧର-୨’ ବକ୍ସ ଅଫିସ୍ରେ ଏକ ପରେ ଏକ ରେକର୍ଡ ଭାଙ୍ଗୁଥିବା ବେଳେ, କେବଳ ୮ ଦିନରେ ସାରା ବିଶ୍ୱରେ ୧୦୦୦ କୋଟି ଟଙ୍କାର ଆଙ୍କକୁ ପାର୍ କରିଦେଇଛି।
ଏହି ସଫଳତା ମଧ୍ୟରେ ରଣବୀରଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ସେ ମୁମ୍ବାଇ ବିମାନବନ୍ଦରରେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ଜିଏମ୍ସି ହାମ୍ମର୍ କାର୍ ସହ ନଜର ଆସୁଛନ୍ତି। ଦାବି କରାଯାଉଛି ଯେ, ଏହି ଦାମୀ କାର୍ଟି ତାଙ୍କୁ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପତ୍ନୀ ଓ ଅଭିନେତ୍ରୀ ୟାମି ଗୌତମଙ୍କ ତରଫରୁ ଉପହାର ଭାବେ ଦିଆଯାଇଛି।
ଭିଡିଓରେ ଦେଖାଯାଉଛି, ରଣବୀର ବିମାନବନ୍ଦରକୁ ପହଞ୍ଚିବା ସହିତ ଫ୍ୟାନ୍ମାନେ ତାଙ୍କୁ ଘେରି ନେଉଛନ୍ତି। ଜଣେ ପ୍ରଶଂସକ କେକ୍ ନେଇ ଆସି ତାଙ୍କ ସହ ସେଲିବ୍ରେସନ୍ କରୁଥିବା ବେଳେ, ରଣବୀର ମଧ୍ୟ ହସି ହସି ସେଥିରେ ସାମିଲ୍ ହେଉଛନ୍ତି। ପରେ ସେ ଫ୍ୟାନ୍ମାନଙ୍କ ସହ ଫଟୋ ଉଠାଇ ବିମାନବନ୍ଦର ଭିତରକୁ ପ୍ରବେଶ କରୁଛନ୍ତି।
ଯଦିଓ କାର୍ଟି ଉପହାର ଦିଆଯାଇଥିବା ନେଇ ଅଧିକାରିକ ଭାବେ କୌଣସି ପୁଷ୍ଟି ମିଳିନି, ତଥାପି ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭୟଙ୍କର ଭାବେ ଭାଇରାଲ୍ ହେଉଛି ଓ ଦର୍ଶକମାନଙ୍କ ଭିତରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।
ଚର୍ଚ୍ଚା news












