ଉଦଳା – ( ରାଜୀବ କୁମାର ବେହେରା ) – ୩୧ ଅକ୍ଟୋବର ୨୦୨୫ ବିଶ୍ୱ ଏକତା ଦିବସ , ଏହି ପବିତ୍ର ଦିବସ ଅବସରରେ ସମଗ୍ର ଦେଶ ଯେପରି ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଛି l ସେହିପରି ଭାବରେ ଉଦଳା ପୋଲିସ ପକ୍ଷରୁ ମଧ୍ୟ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ବିଶେଷ ଆୟୋଜନ କରାଯାଇଛି। ଉଦଳା ଥାନା SDPO ହୂରସିକେଶ ନାୟକ ଙ୍କ ନିର୍ଦେଶ କ୍ରମେ ଥାନାର ଭlରା ପ୍ରାପ୍ତ IIC ବନମାଳୀ ବାରିକ ଙ୍କ ତତ୍ୱାବଧାନରେ , ଏବଂ ଉଦଳା କଲେଜ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଥାନା ର କାର୍ଯ୍ୟରତ ଷ୍ଟାଫ, ଉଦଳା କଲେଜ ଷ୍ଟାଫ ଙ୍କ ମିଳିତରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମିଳିତ ଭାବରେ ଉଦଳା କଲେଜ ନିକଟରୁ ଉଦଳା ମାର୍କେଟ ପରିକ୍ରମା କରି ଉଦଳା ଥାନା ପରିସର ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇ ଯାଇଛି l
ଏହି ଅବସରରେ ଉଦଳା କଲେଜର ଛାତ୍ରଛାତ୍ରୀ, କଲେଜ କର୍ମଚାରୀ ଓ ଉଦଳା ପୋଲିସ, ବୁଦ୍ଧିଜୀବୀ ମିଳିତ ଭାବରେ ଏକ “ଗଣଦୌଡ଼” ଭାଗ ନେଇ ଉଦାହରଣ ସାଜିଛନ୍ତି l ଏକତା ର ଗଣ ଦୌଡ ପରେ ଉଦଳା ଥାନା ପରିସରରେ ଏକ ଆଲୋଚନା ଚକ୍ର ଆୟୋଜନ ହୋଇ ଥିବା ବେଳେ ମଞ୍ଚାସିନ ଅତିଥି ମାନେ ରାଷ୍ଟ୍ର ଏକତା ବିଷୟ ରେ ଆଲୋଚନା କରି ଥିଲେ l
ଏକତା ଓ ଅଖଣ୍ଡତା ପ୍ରତି ସଚେତନତା ଏବଂ ଆଜିର ଯୁବପିଢିଙ୍କ ମନରେ ଜାତୀୟ ସମନ୍ୱୟ ଓ ଦୃଢ଼ ସଙ୍କଳ୍ପ ଜଗାଇବା ରେ ଏହା ସହାୟକ ହେବ ବୋଲି ବୁଦ୍ଧିଜୀବୀ ମତାମତ ଦେଇଛନ୍ତି l
ରାଷ୍ଟ୍ରୀୟ ଏକତା ଦିବସ ପାଳନ : ଉଦଳାରେ ଗଣଦୌଡ଼ ଆୟୋଜନ
By Charcha News











