ରାୟଗଡ଼ା : ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୁକ୍ଷ୍ମ, ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମୂଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି । ନକ୍ସଲ ପ୍ରବଣ ରାୟଗଡା ଜିଲ୍ଲାର ୧୧ ଟି ବ୍ଲକ୍ ସମେତ ରାୟଗଡା ଜି.ସି.ଡ଼ି ପଡିଆ ରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଆଜି ସକାଳୁ ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ସହର ପରିକ୍ରମା କରି ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳିତ ସ୍ଥାନରେ ପହଞ୍ଚି ଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ ପୋଲିସ ଓ ଶିକ୍ଷାନୁଷ୍ଠାନର ୩୬ ଟି ଦଳ ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିଲେ।
ଦେଶ ସ୍ବାଧୀନ ତାର ୭୯ ବର୍ଷ ପାଳନ ଅବସରରେ ମନ୍ତ୍ରୀ ଉଦ୍ବୋଧନ ଦେଇ ସ୍ବାଧୀନତା ସଂଗ୍ରାମରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଂଗ୍ରାମୀ ମାନଙ୍କର ବଳିଦାନ ଓ ସ୍ମରଣୀୟ ଓ ରାୟଗଡ଼ା ରେ ରେଳ ଡ଼ିଭିଜନ ସହ ଥେରୁବାଲି ଗୁଣୁପୁର ନୂତନ ରେଳପଥ ନିର୍ମାଣ ଜିଲ୍ଳାର ଉନ୍ନତି ପଥକୁ ଆଗେଇବ ବୋଲି ସେ କହିଥିଲେ । ଏଥିସହ ଆଗାମୀ ୨୦୩୬ ବେଳକୁ ଆମ ଦେଶ ବିକାଶୀତରେ ଶୀର୍ଷରେ ପହଞ୍ଚି ସାରିଥିବା ବେଳକୁ ଦେଶରେ ଓଡିଶା ରାଜ୍ୟ ଏକ ନମ୍ବରରେ ଥିବ ବୋଲି କହିବା ସହ ମୋଦି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ପ୍ୟାରେଡ଼ରେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରାୟଗଡ଼ା ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ,ବିଶିଷ୍ଟ ନାଗରିକ ମାନଙ୍କୁ ଏହି ଅବସରେ ରେ ସମ୍ମାନିତ କରାଯାଇଥିଲା। ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା କ୍ରୀଡା କୌଶଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୂଲକର୍ଣ,ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହି ଜିଲ୍ଲାସ୍ତରୀୟ ପ୍ୟାରେଡ଼ ଦେଖିବା ପାଇଁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ସମାଗମ ହୋଇଥିଲା












