Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :
    • ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::
    • ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ
    • କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା
    • କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :
    • ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ
    • ଆଜିର ରାଶିଫଳ
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀରାୟଗଡ଼ା ରବିନ୍ଦ୍ର ନାଥ ମହାପାତ୍ର

    ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀରାୟଗଡ଼ା ରବିନ୍ଦ୍ର ନାଥ ମହାପାତ୍ର

    By Charcha NewsFebruary 3, 2026
    Share
    Facebook Twitter Email WhatsApp

    ରାୟଗଡା ଜିଲ୍ଲାରେ ୯,୩୩୫ ଏସ୍‌ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍‌ଭିଙ୍ଗ ଫଣ୍ଡ, ୧୬୪ଟି GPLFକୁ ୫୩.୧୪ କୋଟି ଟଙ୍କାର ପାଣ୍ଠି, ୪୧୯୫ଟି ଏସ୍‌ଏଚଜିକୁ ୩୭.୫୫ କୋଟି ଟଙ୍କାର ୠଣ ପ୍ରଦାନ

    ଜିଲ୍ଲା ପାଇଁ ୬୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର
    ୧୦୯ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ମା ମଝିଘରିଆଣୀ ମନ୍ଦିରର ଉନ୍ନତି କରଣ ପାଇଁ ୩୭ କୋଟି ଟଙ୍କା

    ଆଗାମୀ ଦିନରେ ରାୟଗଡା ଜିଲ୍ଲାରେ ଗଢି ଉଠୁଥିବା ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ
    ୮୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ହେବ- ମୁଖ୍ୟମନ୍ତ୍ରୀ

    ରାୟଗଡ଼
    ୨ ଫେବୃଆରୀ ୨୦୨୬

    ରାୟଗଡା ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ଏହି ଜିଲ୍ଲାରେ ୧୨,୭୮୩ଟି ଏସ୍‌ଏଚ୍‌ଜି ଜରିଆରେ ୧.୫୨ ଲକ୍ଷରୁ ଅଧିକ ମା ଓ ଭଉଣୀମାନେ ସଂଗଠିତ ହୋଇ ନିଜପାଇଁ ସୁନ୍ଦର ଭବିଷ୍ୟତ ଗଢୁଛନ୍ତି। ପୂର୍ବରୁ ଯେଉଁଠି ସୁଯୋଗର ଅଭାବ ଥିଲା, ମହିଳା ମାନଙ୍କ ସକ୍ରିୟ ଯୋଗଦାନ ଫଳରେ ଆଜି ସେଠି ସମ୍ଭାବନାର ନୂଆ ଦ୍ବାର ଖୋଲିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡା ଠାରେ ସୁଭଦ୍ରା ଶକ୍ତି ମେଳା ୨୦୨୬ ଉଦ୍‌ଘାଟନ ଅବସରରେ କହିଛନ୍ତି। 
    
    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଇଁ ୬୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ମୂଲ୍ୟର ୧୦୯ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୨୩୮ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୩୬୬ କୋଟିରୁ ଉର୍ଦ୍ଧ୍ବଟଙ୍କାର ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କରାଯାଇଛି। ଏସବୁ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ, ସ୍ବାସ୍ଥ୍ୟସେବା, ବିଦ୍ୟାଳୟ, ମହିଳା ସଶକ୍ତିକରଣ ଭଳି ଅନେକ ଭିତ୍ତିଭୂମି ଉନ୍ନୟନ ମୂଳକ ପ୍ରକଳ୍ପ ରହିଛି। ଏଥିସହିତ ୩୭ କୋଟି ଟଙ୍କା ବିନିଯୋଗରେ ମା ମଝିଘରିଆଣୀ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। 
    
    ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଦାବୀ ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକରେ ଖୁବ୍ ଶୀଘ୍ର ଇନ୍‌ଡୋର୍ ଷ୍ଟାଡିୟମ୍ କାମ ଆରମ୍ଭ ହେବ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାର ସୁଦୃଢୀକରଣ ହେବ ଏବଂ ରାୟଗଡାରେ ମେଡିକାଲ କଲେଜ୍ ସ୍ଥାପନ ପାଇଁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି ବୋଲି କହିଥିଲେ। 
    
    ଉପସ୍ଥିତ ନାରୀ ଶକ୍ତିଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାୟଗଡା ଜିଲ୍ଲାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୪୨୧୭ଟି ଏସ୍‌ଏଚ୍‌ଜିକୁ ପାଖାପାଖି ୨୦୦ କୋଟି ଟଙ୍କାର ୠଣ ପ୍ରଦାନ କରାଯାଇଛି। ଜିଲ୍ଲାରେ ୯,୩୩୫ ଏସ୍‌ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍‌ଭିଙ୍ଗ ଫଣ୍ଡ ଯୋଗାଇଦିଆଯାଇଛି, ୧୬୪ଟି ଜିପିଏଲ୍‌ଏଫ୍‌କୁ ୫୩.୧୪ କୋଟି ଟଙ୍କାର କମ୍ୟୁନିଟି ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ସିଆଇଏଫ) ପ୍ରଦାନ ଏବଂ ୪୧୯୫ଟି ଏସ୍‌ଏଚଜିକୁ ଜୀବନ ଜୀବିକା  କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ୩୭.୫୫ କୋଟି ଟଙ୍କାର ୠଣ ପ୍ରଦାନ କରାଯାଇଛି। 

    ସେ ପୁଣି କହିଥିଲେ, ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍‌ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍। ମହିଳା ଓ ଶିଶୁଙ୍କ ପାଇଁ ଏଥିରେ ୫ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ତୃଣମୂଳ ସ୍ତରରେ ମହିଳା ମାନଙ୍କ ଆର୍ଥିକ ଅଂଶ ଗ୍ରହଣକୁ ଆହୁରି ସୁଦୃଢ କରିବା ପାଇଁ ସ୍ବୟଂ ସହାୟକ ଉଦ୍ୟୋଗୀ ମାର୍ଟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି।

    ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାରେ ଆଜି ମହିଳା ମାନେ ସବୁ କ୍ଷେତ୍ରରେ ଅଗ୍ରସର ହୋଇ ବିକାଶର ନେତୃତ୍ବ ନେଉଛନ୍ତି। ଗ୍ରାମାଞ୍ଚଳରେ ବିକାଶର ଏହି ଯେଉଁ ଜୟଯାତ୍ରା ଆମେ ଦେଖୁଛୁ, ତାର ନେତୃତ୍ବ ନେଉଛନ୍ତି ଆମର ଏସ୍‌ଏଚ୍‌ଜି ଗୋଷ୍ଠୀର ମା ମାନେ। ମୋର ଦୃଢ ବିଶ୍ବାସ ଆଗାମୀ ଦିନରେ ମା ମାନଙ୍କ ସକ୍ରିୟ ଯୋଗଦାନରେ ଓଡିଶା ନିଶ୍ଚିତଭାବରେ ବିକଶିତ ଓଡିଶା ହେବ ଏବଂ ପ୍ରତ୍ୟେକ ମା ଗର୍ବରେ କହିବେ, ଆମେ ହେଉଛୁ ଓଡିଶା ବିକାଶର ଅଂଶୀଦାନ ଏବଂ ସେଥିରେ ମୋର ମଧ୍ୟ ଅବଦାନ ରହିଛି, ଭାଗୀଦାରି ଅଛି।

    ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାୟଗଡା ଜିଲ୍ଲା ଆଦିବାସୀ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟର ଏକ ଅନନ୍ୟ ପ୍ରାଣକେନ୍ଦ୍ର। ଏହି ଜିଲ୍ଲା ତାର ଅନନ୍ୟ ପରମ୍ପରା, ଐତିହ୍ୟ, ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟ ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
    ସେ ପୁଣି କହିଥିଲେ ୨୦ ମାସର ଆମ ସରକାର ରାଜ୍ୟର ସବୁ ବର୍ଗଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି। ଆମ ରାଜ୍ୟର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି। ଜନଜାତି ଭାଇ, ଭଉଣୀଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୮,୮୮୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା, ସୁରକ୍ଷା ଓ ଜଙ୍ଗଲ ଅଧିକାର ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯାଉଛି। ଖଣି ଖାଦାନ ଭରା ରାୟଗଡା ମାଟିରେ ଉତ୍କଳ ଆଲୁମିନା, ଆଦିତ୍ୟ ଆଲୁମିନା, ଇମ୍ଫା, ଜେକେ ପେପର ମିଲ୍ ଭଳି ଶିଳ୍ପାନୁଷ୍ଠାନ ରହିଛି। ସୁଦୃଢ ରେଳ ଭିତ୍ତିଭୂମି ଯୋଗୁ ରାୟଗଡା ଅଞ୍ଚଳ ଖୁବଶୀଘ୍ର ଏକ ଆଧୁନିକ ଶିଳ୍ପାଞ୍ଚଳରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ଜିଲ୍ଲାବାସୀଙ୍କୁ ସେ ପୁଣି କହିଥିଲେ, ଆଗାମୀ ଦିନରେ ହିଣ୍ଡାଲ୍‌କୋ ୧୫ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏହାର ସମ୍ପ୍ରସାରଣ କରିବାକୁ ଯାଉଛି। ୨୫ ହଜାର କୋଟି ଟଙ୍କା ନିବେଶରେ ବେଦାନ୍ତ ଆଲୁମିନା ରିଫାଇନାରୀ, ୭୬୫୩ କୋଟି ଟଙ୍କା ବିନିଯୋଗରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଭଳି ଅନେକ ପ୍ରକଳ୍ପ ରାୟଗଡା ଜିଲ୍ଲାରେ ପ୍ରତିଷ୍ଠା ପାଇବାକୁ ଯାଉଛି। ଏଥି ସହିତ ଅନ୍ୟାନ୍ୟ ସେକ୍ଟରରେ ମଧ୍ୟ ଆହୁରି ଶିଳ୍ପାନୁଷ୍ଠାନ ରାୟଗଡା ଜିଲ୍ଲାରେ ପ୍ରତିଷ୍ଠା ପାଇବାକୁ ଯାଉଛି। ଏସବୁ ଶିଳ୍ପାନୁଷ୍ଠାନ ମାଧ୍ୟମରେ ରାୟଗଡା ଜିଲ୍ଲାରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହି ସମସ୍ତ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ୮୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଶିଳ୍ପ ଗୁଡିକ ହେଉଛି ସମୃଦ୍ଧିର ସ୍ତମ୍ଭ। ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ମିଳିଲେ ହିଁ, ସମୃଦ୍ଧିର ମାର୍ଗ ପ୍ରସ୍ତୁତ ହେବ। ଯେଉଁଠାରେ ଖଣି, ପାଣି, ମାନବସମ୍ବଳ ଓ ଶିଳ୍ପ ଭିତ୍ତିଭୂମି ରହିଛି, ସେଠାରେ ଯଦି ସ୍ଥାନୀୟ ଯୁବକ ନିଯୁକ୍ତି ନପାଇବେ, ତାହେଲେ ଆଉ ପାଇବ କିଏ !

    କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ଶ୍ରୀ କାଡ୍ରାକା ଆପାଲା ସ୍ବାମୀ, ବିଷମ-କଟକ ବିଧାୟକ ଶ୍ରୀ ନୀଳମାଧବ ହିକ୍କା, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ୍ ଗମାଙ୍ଗ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଭାବକୁ ପ୍ରଶଂସା କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବରେ ଓଡିଶା ଆଜି ବିକାଶ ପଥରେ ଅଗ୍ରସର ହେଉଛି। ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଭିତ୍ତିଭୂମି ଆଦି ସମସ୍ତ କ୍ଷେତ୍ରରେ ବିକାଶ ପରିଲକ୍ଷିତ ହେଉଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲାର ଆହୁରି ବିକାଶ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ।

    ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ନିହାର ରଞ୍ଜନ କହଁର, ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମୂଲ୍ୟ କୁମାର ଧର,ଉପଜିଲ୍ଲାପାଳ ଗୁଣୁପୁର ଧୁଧlଳ ଅଭିଷେଖ ଦିଲ୍ଲୀପ, ଉପଜିଲ୍ଲାପାଳ ରlୟଗଡ଼, ଶ୍ରୀ ରମେଶ କୁମାର ଜେନା,ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀ ଅଧିକାରୀ, ପୋଲିସ ବିଭାଗ ଅଧିକାରୀ, ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ l

    Share. Facebook Twitter WhatsApp

    Related Posts

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026 ଆଜିର ଖବର

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026 ଆଜିର ଖବର

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026 ଆଜିର ଖବର

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026 ଆଜିର ଖବର

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026 ଆଜିର ଖବର

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର
    Watch YouTube

    You May Like

    ବ୍ୟାଙ୍କ ଟଙ୍କାରେ ସୁନା, ଡ୍ରୋନ୍‌ ଓ ଲଗ୍ଜୁରୀ ସାମଗ୍ରୀ ! ଭିଜିଲାନ୍ସ ଜାଲରେ ଠକ ଯୁଗଳ :

    May 7, 2026

    ଆରମ୍ଭ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ::

    May 7, 2026

    ଅପେରସନ୍‌ ସିନ୍ଦୁରକୁ ପୂରିଲା ବର୍ଷେ

    May 7, 2026

    କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

    May 7, 2026

    କେନ୍ଦ୍ରାପଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ :

    May 7, 2026

    ରାମନାଗୁଡା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ

    May 7, 2026

    ଆଜିର ରାଶିଫଳ

    May 7, 2026

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.