ସୁବର୍ଣ୍ଣପୁର ମଣ୍ଟୁମନ୍ତ୍ରା ପୋର୍ଟାଲ୍ ନ୍ୟୁଜ ଚର୍ଚ୍ଚା
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ଵାରା ବିଭିନ୍ନ ଗ୍ରାମରେ ଯୋଗ ଅଭ୍ୟାସ ଅନୁଷ୍ଠିତ ହେଉଛି।ଆଜି ଲସ୍ତଲା ଗ୍ରାମରେ ସକାଳ ୬ଟା ରୁ ୭.୩୦ ପର୍ଯ୍ୟନ୍ତ ଯୋଗ କଲାଂଶ ହୋଇଥିଲ। ଏହି କଲାଂଶରେ ଯୋଗ ଗୁରୁ ଡକ୍ଟର ହୃଷୀକେଶ ଦେହେରୀ ଯୋଗଦେଇ ଯୋଗର ମନ୍ତ୍ର, ସୂକ୍ଷ୍ମ ବ୍ୟାୟାମ, ବିଭିନ୍ନ ପ୍ରକାର ଆସନ, ମୁଦ୍ରା,ପ୍ରାଣାୟାମ, ଏକ୍ୟୁପେସର ମାଧ୍ୟମରେ ବିଭିନ୍ନ ରୋଗର ଚିକିତ୍ସା ଉପରେ ଅଭ୍ୟାସ କରାଇବା ସହ ପ୍ରତିଦିନ ପରିବାରରେ ଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଗ୍ରାମର ଯୋଗ ପ୍ରେମୀ ମାନେ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଉଚିତ୍ ବୋଲି ସଂକଳ୍ପ କରିଥିଲେ। ଆଶା ପୁଷ୍ପାଞ୍ଜଳି ପଧାନ ଉପସ୍ଥିତି ରହି ମତ ରଖିଲେ ପ୍ରତି ପରିବାରରୁ ଜଣେ ଆସି ଯୋଗ ବିଷୟରେ ଅବଗତ ହେବା ଉଚିତ୍। ଶେଷରେ ଚୈତନ୍ୟ କର୍ଣ୍ଣ ଧନ୍ୟବାଦ ଅର୍ପଣ କରି ଶାନ୍ତିମନ୍ତ୍ର ସହ କଲାଂଶ ଶେଷ କରାଗଲା
ଶାରୀରିକ, ମାନସିକ, ଅଧ୍ୟାତ୍ମିକ ଓ ସାମାଜିକର ପରିବର୍ତ୍ତନ ଆଣିବ ଯୋଗ – ଡ.ହୃଷୀକେଶ
By Charcha News











