ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର: ଖରିଫ ଧାନ ଚାଷ ପାଇଁ ମରାମତି ହେଲା ନାହିଁ ରବି ଋତୁ ରେ ତିଆରି କରିବ ବୋଲି କହିଥିଲ ପ୍ରଶାସନ ହେଲେ ଶୁଣିଲାନି ଚାଷୀ ଙ୍କ ଗୁହାରି।ଫଳରେ ଚାଷୀ ମାନେ ଏକାଠି ହୋଇ ଚାନ୍ଦା ଆଦାୟ କରି ଡେଶିକା ତୋଟା ଚେକଡେମ କୁ ମରାମତି କରିଛନ୍ତି।ଏମିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲାଉଗୁଡ଼ା ମୌଜାରେ।
ଲାଉଗୁଡା ଦେଶିକା ତୋଟା ନାଳ ଉପରେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଦୀର୍ଘ ୧୨ ବର୍ଷ ତଳେ ଲକ୍ଷାଧିକ ଟଙ୍କା ଅଟକଳ ରେ ନିର୍ମାଣ ହୋଇଥିଲା ଚେକ ଡେମ ଏହି ଡେମ ହେବା ଫଳରେ ଚାଷୀ ଙ୍କ ମୁହଁ ରେ ହସ ଫୁଟିଥିଲା। ଖରିଫ ଋତୁ ଆସିଲେ ନାଳ ରେ ବର୍ଷା ପାଣି ଆସି ଆଗୁଆ ଧାନ ଚାଷ ନିମନ୍ତେ ଚାଷ କରି ତଳି ସହ ବୁଣାବୁଣି କାର୍ଯ୍ୟ ଆରମ୍ଭ ହୋଇଥାଏ।ହେଲେ ଗତ ୨ବର୍ଷ ହେଲା ବନ୍ୟା ପାଣି ଆସି କିଛି ଅଂଶ ଭାଙ୍ଗି ରୁଜି ଯାଇଛି।ବିଭିନ୍ନ ସ୍ଥାନରେ ସିମେଣ୍ଟ ପ୍ଲାସ୍ଟର ଅଂଶ ପାଣି ଖାଇ ନଷ୍ଟ ହେବାକୁ ଲାଗିଲା।ଲୁହା କବାଟ ମଧ୍ୟ ଜଙ୍ଗ ହୋଇ ଗଲାଣି।ପଥର ପେକିଙ୍ଗ ବନ୍ୟା ପାଣି ଆସି ନେଇଗଲା।ସେହିପରି ପ୍ରଟେକ୍ସନ ୱାଲ ମଧ୍ୟ ନଷ୍ଟ ହୋଇଗଲାଣି। ଏ ସଂପର୍କ ରେ ମରାମତି କରିବା ସକାଶେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଏଠାକାର ଚାଷୀ ମାନେ ଅଭିଯୋଗ କରିଥିଲେ।ପରେ ଗୁଣପୁର କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ କନିଷ୍ଠ ଯନ୍ତ୍ରୀ ମଧ୍ୟ ଡିସ୍ୱେମ୍ଭର ମାସ ଶେଷ ଆଡ କୁ ବୁଲି ଆସି ପ୍ରକଳ୍ପ କୁ ଦେଖିଥିଲେ।ଆଉ ଅତି ଶୀଘ୍ର ଟଙ୍କା ଆସିଲେ ରବି ଋତୁ ପୂର୍ବ ରୁ ମରାମତି କରାଯିବ ବୋଲି ଚାଷୀ ଙ୍କୁ କହିଥିଲେ। କିନ୍ତୁ ମରାମତି ହେଲା ନାହିଁ।ହେଲେ ରବି ଧାନ ଚାଷ ନିମନ୍ତେ ମଙ୍ଗଳବାର ଚାଷୀ ମାନେ ଏକ ଯୁଟ ହୋଇ ଶ୍ରମ ଦାନ ଦେବା ସହ ଟଙ୍କା ଚାନ୍ଦା ଆଦାୟ କରି ମରାମତି କରିଥିଲେ।ଏଥିସହ ବାଲିବସ୍ତା ପେକିଂଗ ଦେଇ ପାଣି ନେଇ ଚାଷ କରିବା ସକାଶେ ପ୍ରୟାସ ଜାରି ରଖିଛନ୍ତି।ଏହି ମରାମତି ସମୟ ରେ ଶ୍ରୀନିବାସ ପାଣିଗ୍ରାହୀ,ଗୌରୀ ପାଣିଗ୍ରାହୀ,ମୁରଲୀ ସାହୁ,ରଞ୍ଜନ ପାଢ଼ୀ ରବୀନ୍ଦ୍ର ନାଥ ମହାପାତ୍ର,ତ୍ରିନାଥ ଗୌଡ଼ ସନ୍ତୋଷ,ସନୁ,ପୂର୍ଣ୍ଣ ଙ୍କ ସହ ଅନେକ ଚାଷୀ ମାନେ ନିଜେ ଶ୍ରମ ଦାନ ଦେଇ ମରାମତି କରିଥିଲେ।
ହେଲେ ଡବଲ ଇଞ୍ଜିନ ସରକାର ଚାଷୀ ଙ୍କ ହିତ ପାଇଁ ଆସୁଥିବା ସେଚ ପ୍ରକଳ୍ପ କେବେ ମରାମତି କରିବ ଏବଂ ଜଳ ସେଚନ ପାଇଁ ସୁବିଧା କରିବ ତାକୁ ଏବେ ଦେଖିବାକୁ ବାକି ରହିଲା।
ଶୁଣିଲେନି ପ୍ରଶାସନ, ଚେକଡେମ ମରାମତି କଲେ ଚାଷୀ
By Charcha News












