ତାରିଖ – ୧୫-୧୨-୧୦୨୫
ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦିନିକିଆ ରାୟଗଡ଼ା ଜିଲ୍ଲା ଗ୍ରସ୍ତ। ଆଜି ସକାଳ ଦିନ ୧୨ଟା୩୫ରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରୀ ଟ୍ରେନ ର ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ଯୋଜନାରେ ୭୭୫ ଜଣ ତୀର୍ଥ ଯାତ୍ରୀ ଦକ୍ଷିଣ ଭାରତ ର ରାମେଶ୍ବର ଓ ମଦୁରାଇ ଗ୍ରସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବେ। ୬ଟି ଜିଲ୍ଲାର କୋରାପୁଟ୍, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲା କୁ ଆସି ଏକ ସ୍ବତନ୍ତ୍ର ଟ୍ରେନ୍ ମାଧ୍ୟମରେ ଯାତ୍ରା କରିଥିଲେ। ଏଥିରେ ୨୫ ଜଣ ଏକ୍ସକର୍ଟ ରହି ସମସ୍ତ ଯାତ୍ରୀ ଙ୍କୁ ସାହାଯ୍ୟ କରିବେ।ଏହି ଅବସରରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆଉ ସେ କହିଥିଲେ ଅନେକ ବରିଷ୍ଠ ନାଗରିକ ମାନେ ଆର୍ଥିକ ପରିସ୍ଥିତି,ସହ ଅନେକ ଅସୁବିଧା ଲାଗି ତୀର୍ଥ ଯିବା ପାଇଁ ବଞ୍ଚିତ ହେଉଛନ୍ତି।ଏଣୁ ଏଥିରେ ଆମ ସରକାର ବାବୁ ମାନେ ଏହି ଗାଇଡ କରି ତୀର୍ଥ ବୁଲିବେ ବୋଲି କହିଥିଲେ ପ୍ରଭାତୀ ପରିଡ଼ା।ଏହି ସମୟରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଳକରଣି, ଏସ ପି ସ୍ଵାତୀ ଏସ କୁମାର, ଡିଆରଏମ୍ ଅମିତାଭ ସିଙ୍ଗଲ,ଙ୍କ ସହ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଏପଟେ ତୀର୍ଥ ଯାତ୍ରୀ ମାନେ ଏପରି ଯାତ୍ରା କୁ ସ୍ବାଗତ କରିଥିଲେ।ଗ୍ରସ୍ତ କୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।












