ମାଲକାନଗିରି ସାମ୍ୱାଦିକ ମାନସ୍ ନେତାମ୍*
ଚଢାଦରରେ ସାର ବିକ୍ରି କୁ ନେଇ ରାସ୍ତା ଅବରୋଧ l 326 ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଲୋକେ l ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୁଲ୍ୟଠାରୁ ଅଧିକ ମୂଲ୍ୟ ରେ ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରି 326 ନମ୍ବର ଜାତୀୟ ରାଜପଥ ବନ୍ଦ କରିଛନ୍ତି lମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୁସୁଗୁଡା ପଞ୍ଚାୟତର ଘଟଣା l ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସାର ବସ୍ତା ର ରେଟ ୨୬୮ ଟଙ୍କା ରହିଥିବା ବେଳେ ପୁସୁଗୁଡା ର ଜ୍ୟୋତିର୍ମୟୀ ଆଣ୍ଡ ସୁଧର୍ଶନ ଟ୍ରାଡ଼ର୍ଶ ଏମ୍. ଏସ୍. ମ୍ରିଗାନ ମିସ୍ତ୍ରୀ ଡିଲର ଜଣକ କାହାକୁ ୮୦୦ ଟଙ୍କା ତ ଆଉ କାହାକୁ ୧୦୦୦ ଟଙ୍କାରେ ବିକ୍ରି କରିଛନ୍ତି ସାରବସ୍ଥା l ଯାହାଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରି ରାସ୍ତା ଅବରୋଧ କରିଛନ୍ତି l ଘଟଣା ସ୍ଥଳରେ ମୋଟୁ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବା ପାଇଁ ମିଳିଛି l











