ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ବେଆଇନ ବାଲି ଖନନ ମାମଲାରେ ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ସ୍ଥିତ ଖେଜୁରିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ସକାଳେ ଇଡି ଅଧିକାରୀମାନେ ଖେଜୁରି ୨ ବ୍ଲକର ଜରାନଗରରେ ଚଢାଉ କରିବାରୁ ଅଞ୍ଚଳରେ ବ୍ୟାପକ ଚାଞ୍ଚଲ୍ୟ ବ୍ୟାପିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଇଡି ଅଧିକାରୀମାନେ ଟ୍ରକ ବ୍ୟବସାୟୀ ଦିଲୀପ ପ୍ରଧାନଙ୍କ ଘରେ ତଲାସୀ ଅଭିଯାନ ଜୋରଦାର କରିଛନ୍ତି। ଦିଲୀପ ଟ୍ରକ ମାଧ୍ୟମରେ ବିଭିନ୍ନ ଖଣିରୁ ବାଲି ଉତ୍ତୋଳନ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତଦନ୍ତରୁ ଜଣାପଡିଛି ଯେ ଏହି ବାଲି ଖନନ ବେଆଇନ ଭାବରେ ଚାଲୁଥିଲା। ସେଥିପାଇଁ ଇଡି ଏହି ତଲାସୀ ଆରମ୍ଭ କରିଛି। ଏଦିନ ସକାଳ ୬ଟା ସମୟରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏକକାଳୀନ ଚଢାଉ ଆରମ୍ଭ କରିଛି ଇଡି। କୋଲକାତା, ଝାଡଗ୍ରାମ, ନଦିଆ, ଦକ୍ଷିଣ ୨୪ ପ୍ରଗଣା, ପଶ୍ଚିମ ମେଦିନୀପୁର ଏବଂ ପୂର୍ବ ମେଦିନୀପୁର ସମେତ ଅତି କମରେ ୨୨ଟି ସ୍ଥାନରେ ଚଢାଉ କରାଯାଇଛି। ଦୁର୍ନୀତି ସମ୍ପର୍କରେ ଦିଲୀପ ପ୍ରଧାନଙ୍କୁ ପଚରାଉଚରା କରିବା ପାଇଁ ଇଡିର ତିନି ଜଣ ଅଧିକାରୀ ଦୁଇଟି ଗାଡ଼ିରେ ନେଇ ଆସିଛନ୍ତି। ଇଡିର ଏହି ଚଢାଉକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅନ୍ୟ ପଟେ ରାଜ୍ୟ ପଶ୍ଚିମ ବଙ୍ଗ ର ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ତଥା tmc ଦଳ ନେତା କହିଛନ୍ତି କେନ୍ଦ୍ର ରେ ଥିବା ବିଜେପି ସରକାର 2026 ବିଧାନ ସଭା କୁ ଲକ୍ଷ୍ୟ କରି ପଶ୍ଚିମ ବଙ୍ଗ ରାଜ୍ୟ ରେ ଇଡି ରେଡ କରାଇ ଆମ ଦଳ ନେତା କୁ ଭୟ ଭୀତ କରାଇ ବାକୁ ଚେଷ୍ଟା କରୁଛି ଆମ tmc ଦଳ ସରକାର ପଶ୍ଚିମ ବଙ୍ଗ ରାଜ୍ୟ ରେ 3 ଥର ସରକାର ଗଢିଛି ଓ 2026 ବିଧାନ ସଭା ନିର୍ବାଚନ ପୁଣୀ tmc ଦଳ କୁ ପଶ୍ଚିମ ବଙ୍ଗ ରାଜ୍ୟ ଆମ ଜନତା ଭୋଟ ଦେଇ ଚତୁର୍ଥ ପାଇଁ ସରକାର ଗଢିବେ ଓ ମମତା ବାନାର୍ଜୀ ପୁଣୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ପାଦ ତଳେ ମାଟି ଖସିବ
୨୦୨୬ ମସିହା ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଇଡିର ବଡ ରେଡ
By Charcha News











