ଦେଶର ଲୋକସଭା ଆସନ ୮୫୦କୁ ବୃଦ୍ଧି ନେଇ ଗତକାଲି ଚିଠା ପ୍ରସ୍ତାବ ଆସିବା ପରେ ହଠାତ୍ ଦିଲ୍ଲୀରୁ ପଲ୍ଲୀ ରାଜନୈତିକ ହଲଚଲ ଆରମ୍ଭ ହୋଇଛି । ସେହି ଅନୁପାତରେ ଓଡ଼ିଶାରେ ଗ୍ରୀଷ୍ମ ତାତିକୁ ବଳିଯାଇଛି ସୀମା ପୁନଃନିର୍ଦ୍ଧାରଣ ଚର୍ଚ୍ଚା ତାତି
ସୀମା ପୁନଃନିର୍ଦ୍ଧାରଣ ଖବର ଆସିବା ପରେ କିଛି ନେତାଙ୍କ ନିଦ ହଜିଗଲାଣି । ମନରେ ଭୟ, ଆଶଙ୍କା, ପାରମ୍ପରିକ ଆସନ ଏଥର ଖସିଯିବନି ତ ? କାରଣ ଆସନ ସଂରକ୍ଷଣ ଅନେକ ନେତାଙ୍କ ସ୍ୱପ୍ନକୁ ଚୁରମାର କରିଦେବ । ଅନ୍ୟପଟେ ସୁଯୋଗ ଅପେକ୍ଷାରେ ଥିବା କିଛି ନୂଆ ନେତାଙ୍କୁ ଏବେ ସୁହାଉଛି ସୀମା ପୁନଃନିର୍ଦ୍ଧାରଣ ଚର୍ଚ୍ଚା । ଏସବୁ ଭିତରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଉପରେ ସମସ୍ତଙ୍କର ନଜର ।
ଦେଶର ଲୋକସଭା ଆସନ ୮୫୦କୁ ବୃଦ୍ଧି ନେଇ ଗତକାଲି ଚିଠା ପ୍ରସ୍ତାବ ଆସିବା ପରେ ହଠାତ୍ ଦିଲ୍ଲୀରୁ ପଲ୍ଲୀ ରାଜନୈତିକ ହଲଚଲ ଆରମ୍ଭ ହୋଇଛି । ସେହି ଅନୁପାତରେ ଓଡ଼ିଶାରେ ଗ୍ରୀଷ୍ମ ତାତିକୁ ବଳିଯାଇଛି ସୀମା ପୁନଃନିର୍ଦ୍ଧାରଣ ଚର୍ଚ୍ଚା ତାତି । ଓଡ଼ିଶାରେ ପାଖାପାଖି ୧୦ରୁ ୧୧ ଲୋକସଭା ଆସନ ବଢ଼ିପାରେ । ଆସନ ବଢିବା ଚର୍ଚ୍ଚା ସହ ମୁଣ୍ଡବିନ୍ଧା ବଢିଛି
ଅଧିକ ଭୋଟର ଥିବା ଲୋକସଭା ସିଟ୍
କାହା ହାତରୁ ଖସିଯିବ ପାରମ୍ପରିକ ଆସନ ? କେଉଁ ନୂଆ ଆସନ ଜନ୍ମ ନେବ ? କେଉଁ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ? ଏଭଳି ପୁଳା ପୁଳା ପ୍ରଶ୍ନକୁ ନେଇ ନେତା ଚିନ୍ତାରେ । ୨୦୨୯ ବେଳକୁ ଓଡ଼ିଶାର ବିଭିନ୍ନ ସଂସଦୀୟ କ୍ଷେତ୍ରରେ ବଦଳିଯାଇଥିବ ପୁରା ଗଣିତ । ଭୌଗଳିକ ଓ ୨୦୧୧ ଜନଗଣନା ଅନୁସାରେ ସୀମା ପୁନଃନିର୍ଦ୍ଧାରଣ କରାଗଲେ ଅନେକ ଜିଲ୍ଲାର ସଂସଦୀୟ କ୍ଷେତ୍ର ପ୍ରଭାବିତ ଓ ବିଭାଜିତ ହେବ । ଭୌଗୋଳିକ ଦୃଷ୍ଟିକୋଣରୁ ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, କଟକ ଭଳି ଜିଲ୍ଲାକୁ ଅତିରିକ୍ତ ଆସନର ଫାଇଦା ମିଳିପାରେ । ସେହିଭଳି ଅଧିକ ଭୋଟର ଥିବା ସଂସଦୀୟ କ୍ଷେତ୍ର ମଧ୍ୟ ଅଧିକ ଆସନ ହାତେଇପାରେ ।
ସଂସଦୀୟ କ୍ଷେତ୍ର ଭୋଟର
ବଲାଙ୍ଗୀର ୧୮,୦୩,୫୪୪
କଳାହାଣ୍ଡି ୧୭,୦୨,୦୩୮
କେନ୍ଦ୍ରାପଡ଼ା ୧୭,୯୫,୭୨୫
ଜଗତସିଂହପୁର ୧୭,୦୩,୪୮୯
ମୟୂରଭଞ୍ଜ ୧୫,୪୬,୨୭୪
ସୁନ୍ଦରଗଡ଼ ୧୫,୭୯,୦୯୬
ଭଦ୍ରକ ୧୭,୭୩,୯୨୮
ଆସନ ବଢିବା କିଛି ନୂଆ ନେତାଙ୍କୁ ଉତ୍ସାହିତ କରିଥିବା ବେଳେ କିଛି ନେତାଙ୍କ ମନରେ ଛନକା ଭରିଛି । ବର୍ଷ ବର୍ଷ ଧରି ସଙ୍ଗଠନ କରିଥିବା ନେତା ଦ୍ୱନ୍ଦ୍ୱରେ ଅଛନ୍ତି । ସୀମା ପୁନଃନିର୍ଦ୍ଧାରଣ ହେଲେ ସଂରକ୍ଷଣ ପାଇଁ ଲଢ଼ି ଆସୁଥିବା ଆସନ ଆଉ କାହା ହାତକୁ ଚାଲିଯିବନି ତ ? ମହିଳା ସଂରକ୍ଷଣ ୩୩ ପ୍ରତିଶତ ହେବାକୁ ଥିବାରୁ ପ୍ରାୟ ୧୦ରୁ ୧୧ ସଂସଦୀୟ କ୍ଷେତ୍ର ମହିଳା ଧରିବେ ମଙ୍ଗ ।
ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହେବ ସେନେଇ ସ୍ପଷ୍ଟ ଚିତ୍ର ଆସିନି । ହେଲେ ଜନସଂଖ୍ୟା ଅନୁସାରେ ସୀମା ପୁନଃନିର୍ଦ୍ଧାରଣକୁ ବିରୋଧ କରୁଛନ୍ତି ଦକ୍ଷିଣ ଭାରତର ଅଧିକାଂଶ
ଚର୍ଚ୍ଚା news











