ଉଦଳା (ରାଜୀବ କୁମାର ବେହେରା)- ଲୋକଙ୍କ କାମରେଆସୁନାହିଁ ସରକାରୀ ଦୂର ବେତାର ସେବା , ନାହିଁ ନାହିଁରେ ଚାଲିଛି ଉଦଳା ରେ ଥିବା ଦୂର ସଂଚାର ନିଗମ ସେବା, ମିଳୁ ନାହିଁ ଉତ୍ତମ ସେବା ଅବସ୍ଥା ଭଗୁଛନ୍ତି ଗ୍ରାହକ l
ସରକାରୀ ମାଲ ଦରିଆ ମେଁ ଡାଲ! — ଏହି କଥାଟି ଏବେ ସଠିକ ହେଉଛି ଉଦଳା ଅଞ୍ଚଳରେ। ସରକାର ଙ୍କ ଠାରୁ ଦରମା ନେଉଛନ୍ତି ହେଲେ ମଧ୍ୟ କାର୍ଯ୍ୟରେ ଅବହେଳା କରୁଛନ୍ତି ଅଧିକାରୀ ଓ କର୍ମଚାରୀ। ଏହି ଚିତ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ଉଦଳା ଅଞ୍ଚଳରେ।
ମୟୁରଭଞ୍ଜ ଜିଲ୍ଲାର ଉଦଳା ସରକାରୀ ଦୂର ସଂଚାର କାର୍ଯ୍ୟାଳୟ (BSNL Office) ଏବେ ଅସଚଳ ଓ କୋମା ଅବସ୍ଥାରେ। ଅଫିସ ଗେଟ୍ରେ ତାଲା ଲାଗିଥିବା ଦୃଶ୍ୟ ଦେଖି ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି।
ସ୍ଥାନୀୟ ଅନୁସାରେ, ଅଫିସରେ ଅଧିକାରୀ ଓ କର୍ମଚାରୀ ନିୟମିତ ଭାବେ ଉପସ୍ଥିତ ହେଉନାହାନ୍ତି। ଅଫିସ ଭିତର ଦୃଶ୍ୟ ଅସଜଡ଼ା, ଫାଇଲଗୁଡ଼ିକ ଧୁଳି ତଳେ ଏବଂ ଭିତର ଭାବରେ ଅସଞ୍ଚ୍ୱକର ପରିବେଶ ଦେଖିବାକୁ ମିଳୁଛି।
ଏହି BSNL, ଯାହାକୁ ଦେଶର ଏକ ନମ୍ବର ସରକାରୀ ବେତାର ସଂସ୍ଥା ବୋଲି ଗଣାଯାଏ, ଏହା ଏବେ ବିବାଦରେ ଆଉ ଅବ୍ୟବସ୍ଥା ଭିତରେ। ସେବା ଅଭାବରେ ଗ୍ରାହକ ମୁହଁ ଫେରାଉଛନ୍ତି, ଲୋକେ ଅସନ୍ତୁଷ୍ଟ, ଏବଂ ଦୂର ସଂଚାର ସେବା ପାଇଁ ବେସରକାରୀ ସଂସ୍ଥା ଉପରେ ନିର୍ଭର କରୁଛନ୍ତି।
ଉଦଳାରେ ସରକାର ଠାରୁ ମୋଟା ଦରମା ନେଇ କର୍ମଚାରୀ ମାନେ ମନମାନି କରି କାର୍ଯ୍ୟରେ ଅନିୟମିତତା ଓ ଅବହେଳା ଚାଲିଆସୁଛି ବୋଲି ଅଭିଯୋଗ ଉଠିଛି। ସାଧାରଣ ଲୋକ ଦୂର ସଂଚାର ସେବା ନପାଇ ଅନେକ ସମସ୍ୟାରେ ପଡ଼ୁଛନ୍ତି।
ସରକାରୀ କାର୍ଯ୍ୟାଳୟ ଗେଟ୍ରେ ତାଲା ଲାଗି ରହିବା ସରକାରୀ ଶୃଙ୍ଖଳା ଓ ଦାୟିତ୍ୱବୋଧ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। କେଵେ ଆସିବ ସୁଧାର, କେଵେ ଫେରିବ ପୂର୍ବ ଅବସ୍ଥା l
ସାଧାରଣ ଜନତା ଏହି ଅବସ୍ଥା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ସରକାର ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ତ୍ୱରିତ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନେ ଆଶା କରୁଛନ୍ତି ଯେ ଶୀଘ୍ର ଏହି ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି l











