ରବୀନ୍ଦ୍ର ନାଥ ମହାପାତ୍ର
ରାୟାଗଡା
ରାୟଗଡ଼ା ଜିଲ୍ଲା ମୁନିଗୁଡା ସହର କୁ ଏନ୍ ଏ ସି ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ।ମିଳିତ କ୍ରିୟାନୁଷ୍ଠାନ ତରଫରୁ ବନ୍ଦ ପାଳନ କରାଯାଉଛି।ସକାଳ ୬ରୁ ସନ୍ଧ୍ୟା୬ ପର୍ଯ୍ୟନ୍ତ ବନ୍ଦ।ବନ୍ଦ ପ୍ରଭାବ ରେ ଗାଡ଼ି ଚଳାଚଳ ଦୋକାନ ବଜାର ପୁରା ବନ୍ଦ ରହିଛି।ମୁନିଗୁଡା କୁ ଏନ୍ଏସି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟ ସରକାର ବାଦ୍ ଦେବା ପ୍ରତିବାଦରେ ଆଜି ମୁନିଗୁଡାଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳ ଭାବେ ବେଶ୍ ପରିଚିତ ଥିବା ମୁନିଗୁଡା ସହର ଏନ୍ଏସି ମାନ୍ୟତା ପାଇଁ ଦିର୍ଘ ବର୍ଷ ଧରି ଦାବୀ କରାଯାଇଥିଲା। ଗତ ସାଧାରଣ ନିର୍ବାଚନ ପୁର୍ବରୁ ବିଜେଡି ସରକାର ଯେଉଁ ତାଲିକା ଘୋଷଣା କରିଥିଲେ ସେଥିରେ ମୁନିଗୁଡା ସ୍ଥାନ ପାଇଥିଲା । କିନ୍ତୁ ଗତ ଅଗଷ୍ଟ ୧୫ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ୧୨ଗୋଟି ନୁତନ ଏନ୍ଏସି ର ନାମ ଘୋଷଣା କରିଛନ୍ତି ସେଥିରେ ମୁନିଗୁଡାର ନାମ ନଥିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ମୁନିଗୁଡା ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ଯୋଗଦେଇଛନ୍ତି। ଯାହାଫଳରେ ସହର ମଧ୍ୟଦେଇ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନବଜାର, ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି।











