ବଲାଙ୍ଗିର (ଦେବେନ୍ଦ୍ର) ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ କଅଁସର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଉଛି । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ଘନଶ୍ୟାମ ଦଣ୍ଡସେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚନ୍ଦ୍ରମଣି ସିଂ ଦେଓ ଓ ମୁଖ୍ୟବକ୍ତା ଡଃ ରବିନ୍ଦ୍ର କୁମାର କର ,ସ୍କୁଲ ପରିଚାଳନା କମିଟି ସଭାପତି ତରଣୀ ସେନ ଭୋଇ ଓ ପଞ୍ଚସଖା ଶିକ୍ଷା ସେତୁର ସଭାପତି ନବୀନ ରଣା ଯୋଗଦାନ କରିଥିଲେ । ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଉଦଗାତା ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ କମଳକାନ୍ତ ଭୁଏ , ସୁଧାଶୁ ଶେଖର ବାରିକ , ସଂପତି ପାଣ୍ଡେ ,ଶୁଭକାନ୍ତ ବାରିକ , ରୁଜୁଲ ମେହେର ,ନରୋତ୍ତମ ମଲ୍ଲିକ ,ନିମାଇଁ ଭୋଇ , ସୁକାନ୍ତି ଜାନି , ମାନସି ରଣା, ମହେଶ ମରେଇ ଓ ଉଷା ସାହୁ ସହଯୋଗ କରିଥିଲେ । କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ତିଲୋତ୍ତମା ସରାଫଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିଥିଲେ ।
କଅଁସର ସରକାରୀ ଉନ୍ନୀତ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ
By Charcha News












