BY– ରାଜୀବ କୁମାର ବେହେରା
ଉଦଳା-ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବନାଞ୍ଚଳ ଅଧୀନସ୍ଥ ପଦ୍ମପୋଖରୀ ଗ୍ରାମରେ ଏକ ଭୟଭୀତକର ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଦୋକାନ ଭିତରେ ପ୍ରାୟ ୧୨ ଫୁଟ ଲମ୍ବା ଅହିରାଜ ସାପ ପଶିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ସଙ୍ଗେ ସଙ୍ଗେ ବନ ବିଭାଗ ସହିତ ସ୍ନେକ ହେଲ୍ପଲାଇନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ରାତ୍ର ସମୟରେ ସାପଟିକୁ ସୁରକ୍ଷିତ ଭାବେ ଧରାଯାଇଥିଲା।
ବନ କର୍ମଚାରୀମାନେ ସୂଚନା ଦେଇଛନ୍ତି ଯେ, ଉଦ୍ଧାର ହୋଇଥିବା ସାପଟି ଅହିରାଜ ପ୍ରଜାତିର ହୋଇଥିବା ସହ ଏହାର ଲମ୍ବ ୧୨ ଫୁଟରୁ ଅଧିକ। ପରେ ସାପଟିକୁ ସୁରକ୍ଷିତ ଭାବେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଖାଦ୍ୟ ଖୋଜିବା ବେଳେ ସାପଟି ଗ୍ରାମ ଭିତରକୁ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ସଚେତନତା ଜାରି କରାଯାଇଛି। ଏପରି ପରିସ୍ଥିତିରେ ଲୋକମାନେ ନିଜେ କୌଣସି ପଦକ୍ଷେପ ନ ନେଇ ସମ୍ବନ୍ଧିତ ଖବର ବିଭାଗକୁ ଦେବାକୁ ଅନୁରୋଧ କରାଯାଇଛି ।
ଚର୍ଚ୍ଚା news












