କୋଲକାତା/ପ୍ରଶାନ୍ତ ରାଉଳ:-
ପରିବେଶ ପ୍ରଦୂଷଣ କମାଇବା ପାଇଁ ସାରା ବିଶ୍ୱରେ ପ୍ଲାଷ୍ଟିକ ବଦଳରେ ଝୋଟ ଜିନିଷର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହି ଅତିରିକ୍ତ ଝୋଟର ଚାହିଦା ପୂରଣ କରୁଛି ହାଇଦ୍ରାବାଦର ନୁଜିଭିଡୁ ସିଡ୍ସ କମ୍ପାନିର ‘ରାଜା’ ଝୋଟ। ଏହି ଝୋଟର ଅଧିକ ଉତ୍ପାଦନ ଚାଷୀମାନଙ୍କ ମୁହଁରେ ହସ ଫୁଟାଇଛି।
ଗତ ବର୍ଷ ତୁଳନାରେ ଏବେ ଝୋଟର ଦାମ ପ୍ରାୟ ଦ୍ବିଗୁଣ ହୋଇଛି। ଗତବର୍ଷ ଯେଉଁଠାରେ ପ୍ରତି କ୍ୱିଣ୍ଟାଲ ପଟର ଦାମ ଥିଲା ୪ ହଜାର, ଏବେ ସେହି ଦାମ ବଢ଼ି ୮ ହଜାର ପ୍ରତି କ୍ୱିଣ୍ଟାଲରେ ପହଞ୍ଚିଛି। ଏହି କାରଣରୁ ରାଜ୍ୟର ଅନେକ ଚାଷୀ ଏବେ ‘ରାଜା’ ଝୋଟ ଚାଷରେ ଆଗ୍ରହୀ ହେଉଛନ୍ତି।
ଏନ୍ଜେ-୭୦୦୫, ରାଜା ଝୋଟର ଏହି ନୂଆ ପ୍ରଜାତିଟି ୨୦୨୦ ମସିହାରେ ନୁଜିଭିଡୁ ସିଡ୍ସ କମ୍ପାନିର ଗବେଷଣା ବିଭାଗର ପ୍ରଧାନ ବିଜ୍ଞାନୀ ଡଃ ମହମ୍ମଦ ମସିଉର ରହମାନ ଦ୍ୱାରା ଉଦ୍ଭାବିତ ହୋଇଥିଲା। ସେଇଠୁ ଆରମ୍ଭ କରି ଧୀରେ ଧୀରେ ଚାଷୀମାନଙ୍କ ମଧ୍ୟରେ ଏହି ଉଚ୍ଚ ଗୁଣବତ୍ତାର ବିଆଣ ଖୁବ ପ୍ରଚଳିତ ହେବାକୁ ଲାଗିଛି।
‘ରାଜା’ ଝୋଟର ଆଁଶ ସାଧାରଣ ଝୋଟ ତୁଳନାରେ ଅଧିକ ଲମ୍ବା ଏବଂ ଉତ୍ତମ ମାନର। ଅନ୍ୟ ପ୍ରଜାତି ତୁଳନାରେ ପ୍ରତି ଏକରରେ ଅତି କମ୍ରେ ୨ କ୍ୱିଣ୍ଟାଲ ଅଧିକ ଉତ୍ପାଦନ ମିଳୁଛି। ଏହା ସହିତ ଚାଷ ଖର୍ଚ୍ଚ କମ୍, ଛାଲ ମୋଟା, ଗଛ ଲମ୍ବା (ପ୍ରାୟ ୨ ଫୁଟ୍ ଅଧିକ) ଏବଂ ଆଁଶ ଉତ୍ତମ ଗୁଣବତ୍ତାର। ଏହି କାରଣରୁ ଚାଷୀମାନେ ପ୍ରତି ଏକରରୁ ଅତିରିକ୍ତ ୧୦ ହଜାର ପର୍ଯ୍ୟନ୍ତ ଲାଭ ଦେଖୁଛନ୍ତି।
ଚାଷୀମାନେ କହିଛନ୍ତି, ପୂର୍ବରୁ ସେମାନେ ଅନ୍ୟ ଝୋଟ ପ୍ରଜାତି ଚାଷ କରୁଥିଲେ କିନ୍ତୁ ଫଳନ ଓ ଲାଭ ଅଧିକ ନଥିଲା। ରାଜା ଝୋଟ ଚାଷ ଆରମ୍ଭ କରିବା ପରେ ସେମାନଙ୍କ ଆର୍ଥିକ ସ୍ଥିତି ଅନେକ ଉନ୍ନତ ହୋଇଛି। ଅନେକ ଚାଷୀ କହିଛନ୍ତି — “ରାଜା ଝୋଟ ମାତ୍ର ଏକ ଫସଲ ନୁହେଁ, ଏହା ଆମ ଭାଗ୍ୟ ବଦଳାଇ ଦେଇଛି।
କମ୍ପାନି ପକ୍ଷରୁ ଜଣାଯାଇଛି ଯେ, ରାଜା ଝୋଟ ଭବିଷ୍ୟତ ପାଇଁ ଏକ ଟିକାଉ ଓ ଲାଭଜନକ ସମାଧାନ। ବର୍ତ୍ତମାନ ଭାରତରେ ଯେପରି ଝୋଟ ଚାଷ ହେଉଛି, ସେହି ଆଁଶର ଗୁଣବତ୍ତା ବାଂଲାଦେଶ ତୁଳନାରେ କମ୍। ତେଣୁ ଶିଳ୍ପକ୍ଷେତ୍ରରେ ସମସ୍ୟା ହୁଏ। କିନ୍ତୁ ରାଜା ଏନ୍ଜେ-୭୦୦୫ ସେହି ସମସ୍ୟା ଦୂର କରିପାରିବ ବୋଲି ଗବେଷକମାନଙ୍କ ଦାବି।
ଏବେ ଯେଉଁମାନେ ରାଜା ଝୋଟ ଚାଷ ଆରମ୍ଭ କରିନାହାନ୍ତି, ସେମାନେ ବଜାରର ଚଢ଼ା ଦାମ ଏବଂ ପଡ଼ୋଶୀ ଚାଷୀମାନଙ୍କ ସଫଳତା ଦେଖି ଆଗ୍ରହି ହେଉଛନ୍ତି। ଅନେକେ ଜଣାଇଛନ୍ତି ଯେ ଆଗାମୀ ମୌସମରେ ସେମାନେ ନିଶ୍ଚିତଭାବେ ଏହି ଚାଷ କରିବେ।
ଅର୍ଥାତ, ରାଜା ଝୋଟ ଏବେ କେବଳ ଏକ ଚାହିଦା ନୁହେଁ, ଗ୍ରାମୀଣ ଅର୍ଥନୀତିକୁ ଶକ୍ତ କରିବାର ଏକ ଶକ୍ତିଶାଳୀ ଅସ୍ତ୍ର ହେବାକୁ ଯାଉଛି। ଦାମ, ଗୁଣ ଓ ଫଳନ — ତିନିଟି ଦିଗରୁ ଏହା ଚାଷୀମାନଙ୍କ ପାଇଁ ସର୍ବୋତ୍ତମ ପସନ୍ଦ ହେଉଛି।
ଖୋଲା ବଜାରରେ ଦ୍ବିଗୁଣ ବୃଦ୍ଧି ହୋଇଛି ଝୋଟର ଦାମ, ‘ରାଜା’ ଝୋଟ ଚାଷରେ ଚାଷୀମାନଙ୍କ ଉତ୍ସାହ ବଢ଼ୁଛି
By Charcha News











