ଗୋପାଳପୁର/ରମେଶ କୁମାର ସାହୁ :- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥାଏ ସେହିପରି ଗୋପାଳପୁର ବେଳାଭୂମି ଠାରେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର ତଥା କୋଲକତା ପକ୍ଷରୁ ଦୁଇଦିନିଆ ଅମୃତକାଳ ସାଂସ୍କୃତିକ କାର୍ଯ୍ୟକ୍ରମର ଗୋପାଳପୁର ବେଳାଭୂମିରେ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍, ବିଏମ୍ସି କମିଶନର ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଅମୃତକାଳ ସାଂସ୍କୃତିକ ସମାରୋହ ମାଧ୍ଯମରେ ବିକଶିତ ଭାରତର ପରିକଳ୍ପନା କରାଯିବା ସହ ଭାରତ ତଥା ଓଡ଼ିଶାର ସଂସ୍କୃତିସମ୍ପନ୍ନ ନୃତ୍ୟ, ସଙ୍ଗୀତକୁ ଗାରିମାମୟ କରିପାରିଛି ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର କଳାକାର ମାନେ ନିଜର ନୃତ୍ୟ କଳା ପ୍ରଦର୍ଶନ
କରିଛନ୍ତି। ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ପାରମ୍ପାରିକ ଶ୍ରୀଶ୍ରୀଚୈତନ୍ୟ ନିତ୍ୟାନନ୍ଦ ଘଣ୍ଟ ମୃଦଙ୍ଗ ସଂଘର ବାଦ୍ୟ,ଯେଡ଼ିଶଙ୍ଖ,ପଶୁ ନୃତ୍ୟ,ଦଣ୍ଡ ନାଚ ସାଧୁ ଗୋସାଇଁ ନାଟ୍ୟ ପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ। ଏହି ଅବସରରେ ଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା।
ଗୋପାଳପୁର ବେଳାଭୂମିରେ ଅମୃତକାଳ ସାଂସ୍କୃତିକ ସମାରୋହ
By Charcha News












