ମାଲକାନଗିରି୨୨/୦୮/୨୫ ମାନସ୍ ନେତାମ୍।
ଗ୍ରାମ ପଞ୍ଚାୟତ ସ୍ତରୀୟ ବୈଠକ, ସମ୍ମିଳନୀ କକ୍ଷ ତଣ୍ଡିକି ଅନୁକୁଲ୍ୟ ରେ ଶ୍ରୀ ଉମାକାନ୍ତ ଡଙ୍ଗିରି ଙ୍କ ସଭାପତିତ୍ଵ ରେ ୧୨ ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସମେତ ସମ୍ମାନନୀୟ ଅତିଥି ଶ୍ରୀ ବିକାଶ କୁମାର ଗୁପ୍ତା ପରିମଳ fundation, District co- ordinator, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଣ୍ଡିକି ଶ୍ରୀ ଦୟାନିଥି ନିମାଲ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ତଥା ବରିଷ୍ଠ ଶିକ୍ଷକ ଶ୍ରୀ ତାରକ୍ ମଣ୍ଡଳ, ମୁଖ୍ୟ ଅତିଥି ଶ୍ରୀ ବାବୁଲା ପଡ଼ିଆମି, ସରପଞ୍ଚ ,ତଣ୍ଡିକି ଉପସ୍ଥିତି ରେ ବିଦ୍ୟାଳୟ ପରିତ୍ୟାଗୀ ତଥା ଆଦୌ ନାମ ଲେଖାଇ ନ ଥିବା ଏବଂ ଅଧାରୁ ଛାଡ଼ିଥିବା ପିଲାଙ୍କୁ ନେଇ କିପରି ସେମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ୧୨ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଶିକ୍ଷୟତ୍ରୀ ଙ୍କୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ହୋଇଥିଲା। ବୈଠକ ର ପ୍ରାରମ୍ଭ ରେ ଶ୍ରୀ ପ୍ରଦୀପ କୁମାର ଦଳେଇ (ପ୍ରଧାନ ଶିକ୍ଷକ ଗୁଟୁମଗୁଡା ପ୍ରାଥମିକ ବିଦ୍ୟାଳୟ) ସ୍ବାଗତ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ତତପରେ ଶ୍ରୀ ଉମାକାନ୍ତ ଡଙ୍ଗିରି ଉକ୍ତ ସଭା ରେ ସଭାପତିତ୍ବ କରିଥିଲେ। ଶ୍ରୀ ଦୟାନିଧି ନିମାଲ୍ (PEO ତଣ୍ଡିକି) ଙ୍କର ଅଭିଭାଷଣ ଏବଂ ମତାମତ ସର୍ବ ପ୍ରଥମେ ଉପସ୍ଥାପନା ପରେ ମୁଖ୍ୟ ଅତିଥି ଶ୍ରୀ ବାବୁଲା ପଡିଆମି , ସରପଞ୍ଚ ଙ୍କର ଅଭିଭାଷଣ ରେ ସେ କହିଥିଲେ ବିଦ୍ୟାଳୟ ରୁ ଦୂରେଇ ଅନ୍ୟ ପଥ ରେ ଛାତ୍ରଛାତ୍ରୀ ମାନେ ଯିବାର କାରଣ ଗୁଡ଼ିକଜଳନ୍ତ ଉଦାହର ମାଧ୍ୟମ ରେ ଉପସ୍ଥାପନା କରି ପ୍ରତ୍ୟେକ ବିଦ୍ୟାଳୟ PTM ବୈଠକରେ ସରପଞ୍ଚ ହିସାବରେ ଲୋକକୁ ସଚେତନ କରିବା ପାଇ ପରାମର୍ଶ ପ୍ରଦାନ କରିଥିଲେ। ଏଥିସହ ଶ୍ରୀ ବିକାଶ କୁମାର ଗୁପ୍ତା ( District co-ordinator Piramal Fundation) ତାଙ୍କର ଅଭିଭାଷଣ ରେ ସେ drop out ପିଲାଙ୍କୁ ବିଦ୍ୟାଳୟ ଅଭିମୁଖି କରିବା ନିମନ୍ତେ ହେବାକୁ ଥିବା କାର୍ଯ୍ୟ ରେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏଥିସହ ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ ଦଳେଇ, ତାଙ୍କର ଅଭିଜ୍ଞତା ଏବଂ କେତେ ଗୁଡ଼ିଏ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଯାହା ସମସ୍ତେ ଶୁଣିବା ସହ ତାକୁ କିପରି କାର୍ଯ୍ୟ ରେ ସମ୍ପାଦନ କରିବେ ଵୋଲି ସମ୍ମତି ପ୍ରଦାନ କରିଥିଲେ। ଗ୍ରାମ ପଞ୍ଚାୟତ ସ୍ତରୀୟ Drop out ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଯ୍ୟାୟ କ୍ରମେ ” ଆସ ସ୍କୁଲ ଯିବା କମିଟି ଗଠନ କରିବା ପାଇଁ ନିମ୍ନ ଲିଖିତ ଶିକ୍ଷକ/ପ୍ରଧାନଶିକ୍ଷକ/ତଥା ପଞ୍ଚାୟତର ସରପଞ୍ଚ/ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବୃନ୍ଦ ଙ୍କୁ ନେଇ କମିଟିର ସଭ୍ୟ ସଭ୍ୟା ଭାବରେ ଚୟନ କରାଯାଇଥିଲା।
ଏହିଭଳି ବିଦ୍ୟାଳୟ Drop out ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ରେ ସାମିଲ ପାଇଁ ” ଗ୍ରାମ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହୋଇଥିଲା। ଶେଷ ରେ ଶ୍ରୀ ପ୍ରଦୀପ କୁମାର ଦଳେଇ ଉପସ୍ଥିତ ଅତିଥିବୃନ୍ଦ ଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ ପରେ ଆଜିର ବୈଠକ କାର୍ଯ୍ୟ ସଭାପତିତ୍ବ ଙ୍କ ଦ୍ଵାରା ସାଙ୍ଗ ଘୋଷଣା କରାଯାଇଥିଲା।











