ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ଚଳନ୍ତା ଟ୍ରେନ୍ ରୁ ସୁନା ଝାମ୍ପିନେବା ଘଟଣାର ପର୍ଦାଫାସ୍ କରିଛି ରାୟଗଡା ଜିଆରପି ପୁଲିସ। ଏହି ଘଟଣାରେ ପୁଲିସ 6ଜଣ ଅଭିଯୁକ୍ତକୁ ଗିରଫ୍ କରିଛି। ଏ ନେଇ ବୁଧବାର ରାତି ୮ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ରେଲ୍ୱେ ପୋଲିସ ସୂଚନା ଦେଇଛି। ଗିରଫ୍ ଅଭିଯୁକ୍ତ ମାନେ ହେଲେ ରାୟଗଡା ସହର ଅଞ୍ଚଳର ଉଲାକା ଶ୍ରୀନୁ, ମୁରଲୀ ପେଲେକା, ବେଣୁ ଗୋପାଳ ସ୍ବାମୀ, ଏ.ଇସ୍ପର,ଗୋବିନ୍ଦ ବାଗ ଓ ବିଧର ବାଗ୍ । ସେମାନଙ୍କ ଠାରୁ ପୁଲିସ ନଗଦ ୨ ଲକ୍ଷ ୨୫ ହଜାର ଟଙ୍କା, ୫୮ ଗ୍ରାମ ସୁନା,ଦୁଇଟି କାର ଓ ୬ ଟି ମୋବାଇଲ ଜବତ କରିଛି। ଗତ ୩ ତାରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ଯ ଗାଜୁବାକି ଅଞ୍ଚଳର ସୁନା କାରୀଗର ରୁପଦିନ୍ ମୁଲ୍ଲା ରାୟଗଡା ରେ କାର୍ଯସାରି ଗୁଣ୍ଟୁର ଅଭିମୁଖେ ଯାଉଥିବା ବେଳେ ଜେମାଦେଇପେଣ୍ଠ ଷ୍ଟେସନ୍ ନିକଟରେ ଗିରଫ୍ ଅଭୁଯୁକ୍ତ ମାନେ ସୁନା ବ୍ଯାଗ ଲୁଟିନେଥିଲେ। ବ୍ଯାଗରେ ପ୍ରାୟ ଦେଢଶହ ଗ୍ରାମର ସୁନା ଥିଲା। ଏନେଇ ବ୍ଯବସାୟୀ ଜଣକ ରାୟଗଡା ଜିଆରପି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ଜିଆରପି ପୁଲିସ ଓ ଆରପିଏଫ୍ ର ଗୁଇନ୍ଦା ବିଭାଗ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ। ତେବେ ଦୀର୍ଘ ୧୦ ଦିନ ପରେ ପୁଲିସ ସମସ୍ତ ଅଭିଯୁକ୍ତକୁ ରାୟଗଡା ସହରର ବିଭିନ୍ନ ଅଞ୍ଚଳରୁ ଗିରଫ୍ କରିଛି। ଆଜି ସମସ୍ତ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ଜଡିତ ଅନ୍ଯ ମାନଙ୍କୁ ମଧ୍ଯ ଶୁବଶୀଘ୍ର ଗିରଫ୍ କରାଯିବ ବୋଲି ରାୟଗଡା ଜିଆରପି ଡିଏସପି ପ୍ରଭାତ କୁମାର ଶତପଥୀ ପ୍ରକାଶ କରିଛନ୍ତି କରିଛନ୍ତି











