ବଲାଙ୍ଗୀର (ଦେବେନ୍ଦ୍ର ପୋଡ଼):
ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତକୁ ଚାଉଳ ପରିବହନରେ ନିୟୋଜିତ ହୋଇଥିଲା ବଲାଙ୍ଗୀରର ଏକାଧିକ ଟ୍ରକ୍ l ତେବେ ଟ୍ରକଭଡା ବାବଦକୁ ବକେୟା ଥିବା ନିଜ ପାଉଣା ନପାଇ ଆଜି ବଲାଙ୍ଗୀର ଜିଲ୍ଲା ଟ୍ରକ୍ ଅପରେଟରସ୍ ଏସୋସିଏସନ୍ ର ଏକ ପ୍ରତିନିଧି ଦଳ ବଲାଙ୍ଗୀର ସଦର ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଅଭିଯୋଗରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଜୁନାଗଡ ର ପରିବହନ ଠିକାଦାର ନିରଞ୍ଜନ ସତପଥୀ ଓ କଳହାଣ୍ଡିର ଆଉ ଜଣେ ପରିବହନ ଏଜେଣ୍ଟ ଚାଉଳ ପରିବହନ ପାଇଁ ଟ୍ରକ୍ କୁ ଭଡା ସୂତ୍ରରେ ନେଇଥିଲେ l ତେବେ ଚାଉଳ ପରିବହନ ବାବଦକୁ ବିଭିନ୍ନ ଟ୍ରକ୍ ମଲିକଙ୍କୁ ଏମାନେ ତାଙ୍କର ପ୍ରାପ୍ୟ ନ ଦେଇ ଆଜି ଦେବୁ କାଲି ଦେବୁ ବୋଲି କହି ଦିନ ଗଡେଇ ଚାଲିଛନ୍ତି l ଟ୍ରକ୍ ମାଲିକ୍ ମାନଙ୍କ ଅଭିଯୋଗ ମୁତାବକ ବକେୟା ଥିବା ପ୍ରାୟ ୭ ଲକ୍ଷ ୫୦ ହଜାର ଟଙ୍କା ଏମାନେ ନଦେଇ ଟଙ୍କା ପାଇଁ କହିଲେ ଓଲଟା ଟ୍ରକ୍ ମାଲିକ୍ ଙ୍କୁ ଗାଳି ଗୁଲଜ କରୁଛନ୍ତି l ଶେଷ ରେ ଆଜି ବଲାଙ୍ଗୀର ଜିଲ୍ଲା ଟ୍ରକ୍ ଅପରେଟରସ୍ ଏସୋସିଏସନ୍ ପକ୍ଷରୁ ଏକ ପ୍ରତିନିଧି ଦଳ ବଲାଙ୍ଗୀର ସଦର ଥାନା ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ ମାଧ୍ୟମରେ ଏହାର ଯାଞ୍ଚ କରି ବକେୟା ଟଙ୍କା ଫେରସ୍ତ କରିବା ତଥା ଏହି ଦୁଇ ବେପାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି l ଆଜି ବଲାଙ୍ଗୀର ଜିଲ୍ଲା ଟ୍ରକ୍ ଅପରେଟରସ୍ ଏସୋସିଏସନ୍ ର ସଭାପତି ବିରେନ୍ଦ୍ର କୁମାର ମିଶ୍ର ଓ ସମ୍ପାଦକ ଅଶ୍ୱିନୀ ପଟ୍ଟନାୟକ ଙ୍କ ନେତୃତ୍ଵରେ ସଂଘ ର ସମସ୍ତ ସଭ୍ୟ ସଦର ଥାନା କୁ ଯାଇ ଏହି ଅଭିଯୋଗ ପତ୍ର ଦେଇଥିଲେ l











