ସାମ୍ବାଦିକ ଦେବେନ୍ଦ୍ର ପୋଡ଼
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବନାଞ୍ଚଳ ଅନ୍ତର୍ଗତ ହରିଶଙ୍କର ଏବଂ ପଦ୍ମପୁର ବୋଡର ତଥା ଲୁହାସିଂହା ପଞ୍ଚାୟତ ଟେଙ୍ଗେରାପଥର ଗାଁ ପାଖ ଜଙ୍ଗଲରୁ ଶୁକ୍ରୁବାର ରାତ୍ରିରେ ଚୋରା ସାଗୁଆନ କାଠ ହରିଶଙ୍କର ରେଞ୍ଜ ତରଫରୁ ଜବତ ହୋଇଛି । ସୂଚନା ଅନୁସାରେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ, ଫରେଷ୍ଟର ରାଜେନ୍ଦ୍ର ଧରୁଆ, ଧଣ୍ଡାମୁଣ୍ଡା ଫରେଷ୍ଟର ଇନ୍ଦ୍ରମଣୀ ବେହେରା, ମଞ୍ଜୁକୁମ୍ଭାର,ସଦଳବଳ ସହ ଟେଙ୍ଗେରାପଥର ଗାଁ ଜଙ୍ଗଲରେ ବେଆଇନ ଭାବରେ ଚାଲୁଥିବା ଚୋରା ସାଗୁଆନ କାଠ, ଗଣ୍ଡି ଓ ମେସିନକୁ ଜବତ କରିଥିଲା । ଚଢାଉ ସମୟରେ ଆସାମୀ ଫେରାର ମାରି ଥିବାବେଳେ ସାଗୁଆନ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହେବ ବୋଲି ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ ସୂଚନା ଦେଇଛନ୍ତି ।











