କୋଲକାତା/ପ୍ରଶାନ୍ତ ରାଉଳ:-
ଆଙ୍କର: ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଶିଳ୍ପାଞ୍ଚଳ ଦୁର୍ଗାପୁରରେ ବେସରକାରି ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ବ୍ୟାପିଛି। ଅଭିଯୋଗ, ଶୋଭାପୁର ନିକଟରେ ଅବସ୍ଥିତ ବେସରକାରି ମେଡିକାଲ କଲେଜର ଜଣେ ଯୁବତୀଙ୍କୁ ଶୁକ୍ରବାର ରାତି ସାଢେ ଆଠଟାରୁ ୯ଟା ମଧ୍ୟରେ କିଛି ଯୁବକ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ନିର୍ମମ ଭାବରେ ବଳାତ୍କାର କରିଥିଲେ। ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ ଓଡ଼ିଶାର ଜଳେଶ୍ୱରର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ। ଶୁକ୍ରବାର ରାତିରେ ସେ ଜଣେ ସହପାଠୀଙ୍କ ସହିତ କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ। ଜାଣିବାକୁ ମିଳିଛି ଯେ ସେ ସେହି ସମୟରେ ଖାଦ୍ୟ ପାଇଁ ବାହାରକୁ ଯାଇଥିଲେ।
ସେହି ସମୟରେ ହଠାତ୍ ପାଞ୍ଚ ଜଣ ଯୁବକ ଆସି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ। ଅଭିଯୋଗ, ସେମାନେ ଯୁବତୀଙ୍କୁ ରାସ୍ତାରୁ ଜୋରଜବରଦସ୍ତ ଉଠାଇ ନେଇ କଲେଜ ସଂଲଗ୍ନ ଏକ ନିର୍ଜନ ଜଙ୍ଗଲକୁ ନେଇ ଗଣବଳାତ୍କାର କରିଥିଲେ। ଘଟଣାର ଖବର ପାଇବା ପରେ, ଦୁର୍ଗାପୁର ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫରେନସିକ୍ ଦଳ ଘଟଣାସ୍ଥଳ ପରିଦର୍ଶନ କରିସାରିଛି ଏବଂ ଅଞ୍ଚଳରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଏକାଧିକ ପୁଲିସ ଦଳ ଖୋଜାଖୋଜି ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ଦୁର୍ଗାପୁର ଶିଳ୍ପାଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଲେଜ ପରିସରରେ ଏକ ବିଶାଳ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ବାସିନ୍ଦାମାନେ ଦୋଷୀଙ୍କୁ ଶୀଘ୍ର ଗିରଫ ଏବଂ କଠୋର ଦଣ୍ଡ ଦାବି କରିଛନ୍ତି ଅନ୍ୟ ପଟେ ଜାତୀୟ ମହିଳା କମିଶନ ସଦସ୍ୟ ଅର୍ଚ୍ଚନା ମଜୁମ୍ ଦାର ଦୁର୍ଗା ପୁର ଅଞ୍ଚଳ ରେ ପହଞ୍ଚି ହସ୍ପିଟାଲ ଆଇସିୟୁ ରେ ଭର୍ତ୍ତି ହୋଇଥିବା ଯୁବତୀ ଛାତ୍ରୀ ଡାକ୍ତର ଙ୍କ ସହିତ ଦେଖା କରି ଥିଲେ ଓ ଯେଉଁ ଅଞ୍ଚଳ ରେ ଦୁଷ୍କର୍ମ ଘଟଣା ହୋଇଥିଲା ସେଠାରେ ପହଞ୍ଚି ଘଟଣା ସ୍ଥଳକୁ ଦେଖି ପୋଲିସ ସହିତ କଥା ହୋଇ ଥିଲେ କେତେ ଦୂର ତଦନ୍ତ ଯାଇଛି ଓ ସାମ୍ବାଦିକ ଙ୍କୁ କହିଥିଲେ ଦୁଷ୍କର୍ମ ହୋଇଥିବା ଘଟଣା ସ୍ଥଳରେ ପୋଲିସ କୌଣସି ଘେରା ବନ୍ଦୀ କରି ନାହିଁ ଏହାର ଅର୍ଥ ପ୍ରମାଣ ସବୁ ଲୋଟ ପାଟ ଅର୍ଥ ନିଭାଇ ବାକୁ ଚେଷ୍ଟା କରା ଯାଇଛି ପଶ୍ଚିମ ବଙ୍ଗ ରାଜ୍ୟ ରେ ଦିନ କୁ ଦିନ ନାରୀ ନିର୍ଯାତନା ବଢ଼ିଛି ପୋଲିସ ତଦନ୍ତ କରୁଛି ମୋତେ ରିପୋର୍ଟ ପ୍ରଦାନ କରିବାକୁ ହେବ ବୋଲି କହିଛନ୍ତି











