ସେ କହିଛନ୍ତି,ମୁଁ ପ୍ରଥମ ଦିନରୁ କହି ଆସୁଥିଲି ଯେ ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ମୁଁ ନିଜକୁ ଫାଶୀ ଦେଇଦେବି । ଆଜି ନ୍ୟାୟାଳୟଙ୍କ ରାୟ ପ୍ରମାଣ କରିଛି ଯେ ମୁଁ ନିର୍ଦ୍ଦୋଷ ଥିଲି , ସତ୍ୟର ଜୟ ହୋଇଛି ।
ବ୍ରିଜଭୂଷଣ ସିଂ ନିର୍ଦ୍ଦୋଷରେ ଖଲାସ ହେଲା ପରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,ମୁଁ ପ୍ରଥମ ଦିନରୁ କହି ଆସୁଥିଲି ଯେ ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ମୁଁ ନିଜକୁ ଫାଶୀ ଦେଇଦେବି । ଆଜି ନ୍ୟାୟାଳୟଙ୍କ ରାୟ ପ୍ରମାଣ କରିଛି ଯେ ମୁଁ ନିର୍ଦ୍ଦୋଷ ଥିଲି , ସତ୍ୟର ଜୟ ହୋଇଛି ।
ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (WFI) ମୁଖ୍ୟ ତଥା ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ହାଇପ୍ରୋଫାଇଲ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ବ୍ରଜଭୂଷଣଙ୍କୁ ସବୁ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ବ୍ରଜଭୂଷଣ ନିଜର ପ୍ରଥମ ପ୍ରତିକ୍ରିୟା ରଖି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।
ସୂଚନା ଅନୁସାରେ, ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ବ୍ରିଜଭୂଷଣ ଏବଂ ସହ-ଅଭିଯୁକ୍ତ ବିନୋଦ ତୋମରଙ୍କୁ ମାମଲାରୁ ମୁକ୍ତ କରିଛନ୍ତି । ବ୍ରିଜଭୂଷଣ ୨୦୨୩ ମସିହାରୁ ଏହି ମାମଲାରେ ଜାମିନରେ ଥିଲେ । ସୋମବାର କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କ ଉପରେ ଥିବା ସମସ୍ତ କଳଙ୍କକୁ ପୋଛି ଦେଇଛି । ଜାନୁଆରୀ ୨୦୨୩ ଭାରତର ୬ ଜଣ ଆନ୍ତର୍ଜାତୀୟ ସ୍ତରର ମହିଳା କୁସ୍ତିଯୋଦ୍ଧା ବ୍ରଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନାର ଗୁରୁତର ଅଭିଯୋଗ ଆଣିଥିଲେ ।
ତତ୍କାଳୀନ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବାରୁ ଦିଲ୍ଲୀର ଯନ୍ତରମନ୍ତରଠାରେ ଭିନେଶ ଫୋଗଟ୍, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ଭଳି ଖେଳାଳିମାନେ ୬ ମାସରୁ ଅଧିକ ସମୟ ଧରି ଧାରଣା ଦେଇଥିଲେ । ପରବର୍ତ୍ତୀ ସମୟରେ ଦିଲ୍ଲୀ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ କୋର୍ଟରେ ଶୁଣାଣି ଚାଲିଥିଲା ।
ୟୁପିର କୈସରଗଞ୍ଜରୁ ପୂର୍ବତନ ସାଂସଦ ରହିଥିବା ବ୍ରଜଭୂଷଣ ନିକଟରେ ନିଜ ଦଳ ବିଜେପି ବିରୋଧରେ ମଧ୍ୟ କିଛିଟା କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ବିହାରର ଭାଗଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ସରକାରଙ୍କ ନଜରରେ ତାଙ୍କର ଏବଂ ତାଙ୍କ ସମାଜର କୌଣସି ସରକାରଙ୍କ ନଜରରେ ତାଙ୍କର ଏବଂ ତାଙ୍କ ସମାଜର କୌଣସି ଅସ୍ତିତ୍ୱ ବାକି ନାହିଁ। ଏହି ରାୟ ପରେ ଏବେ ବ୍ରଜଭୂଷଣଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।
ଚର୍ଚ୍ଚା news











