ପ୍ରଶାନ୍ତ ରାଉଳ/କୋଲକାତା:-
ରାଜ୍ୟ ପଶ୍ଚିମ ବଙ୍ଗର ଜଲପାଇ ଗୁଡ଼ି ଜିଲ୍ଲା ସ୍ଥିତ ନାଗରାକାଟାରେ ବନ୍ୟା ପରିସ୍ଥିତି ଯାଞ୍ଚ କରିବାକୁ ଯାଇ ଆକ୍ରାନ୍ତ ଶିଲିଗୁଡ଼ିର ବିଜେପି ବିଧାୟକ ଶଙ୍କର ଘୋଷ। ବିଜେପି ସାଂସଦ ଖଗେନ ମୁର୍ମୁଙ୍କ ରକ୍ତାକ୍ତ ଅବସ୍ଥା। ଅଞ୍ଚଳର ପରିସ୍ଥିତି ଯାଞ୍ଚ କରିବା ସମୟରେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବାର ଜାଣିବାକୁ ମିଳିଛି। ବ୍ୟାପକ ଇଟାବର୍ଷା ଆରମ୍ଭ ହୁଏ। ଘଟଣାର ଏକ ଭିଡିଓ ଇତିମଧ୍ୟରେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ଯେ ଇଟା ମାଡ଼ ହେବା ପରେ ବିଜେପି ସାଂସଦଙ୍କ ଶରୀର ରକ୍ତରେ ଜୁଡୁବୁଡୁ। ବିଜେପି ବିଧାୟକଙ୍କ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି
ରବିବାର ଦିନ ଉତ୍ତରବଙ୍ଗ ର ଦାର୍ଜିଲିଂ ଭୟଙ୍କର ପରିସ୍ଥିତି ଦେଖାଦେଇଥିଲା। ପରିସ୍ଥିତି କିଛିଟା ଶାନ୍ତ ଥିଲେ ମଧ୍ୟ, ପ୍ରାକୃତିକ ବିପର୍ଯ୍ୟୟର ଛାପ ଚାରିଆଡ଼େ ବ୍ୟାପି ଯାଇଥିଲା। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଥିଲା। ସୋମବାର ସକାଳେ ମାଲଦା ଉତ୍ତର ଖଗେନ ମୁର୍ମୁ ଏବଂ ଶିଲିଗୁଡ଼ିର ବିଜେପି ବିଧାୟକ ଶଙ୍କର ଘୋଷ ବିପର୍ଯ୍ୟୟ ପ୍ରଭାବିତ ନାଗରାକାଟା ପରିଦର୍ଶନ କରିବାକୁ ଯାଇଥିଲେ। କିନ୍ତୁ ଯେତେବେଳେ ସେମାନେ ବାମଣ୍ଡାଙ୍ଗାରେ ପ୍ରବେଶ କରିଥିଲେ, ଦୁର୍ବୃତ୍ତମାନେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ବିଜେପି ନେତାମାନଙ୍କୁ ଲାଠି ଏବଂ ଜୋତାରେ ଆକ୍ରମଣ କରାଯାଇଥିଲା। କେବଳ ସେତିକି ନୁହେଁ, ସେମାନେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେମାନଙ୍କ ଉପରେ ଇଟା ବର୍ଷା ଆରମ୍ଭ ହୋଇଥିଲା। ଇଟାର ଆଘାତରେ ଖଗେନ ମୁର୍ମୁଙ୍କ ମୁଣ୍ଡ ଫାଟିଯାଇଛି। ଶଙ୍କର ଘୋଷଙ୍କୁ ମଧ୍ୟ ଜୋତା ମରାହୁଏ। ଦୁଇ ବିଧାୟକ କୌଣସି ପ୍ରକାରେ ସେଠାରୁ ଖସି ଯିବାରେ ସଫଳ ହୋଇଥିଲେ। ଉଭୟଙ୍କୁ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି











