ମାଲକାନଗିରି/ ସାମ୍ୱାଦିକ ମାନସ୍ ନେତାମ୍:-
ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସୁ ନୀଳାଦ୍ରିନଗର ରେ ଆନୁଜିଲ୍ଲା ଲୋକ କଳାକାର ମହା ସମାବେଶ ସହ ସମ୍ବଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ନୀଳାଦ୍ରି ନଗର କଲ୍ୟାଣମଣ୍ଡପ ଠାରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘ ପକ୍ଷରୁ ଜିଲ୍ଲା ଲୋକ କଳା ଓ ଲୋକ ସଂସ୍କୃତି ମହା ସଙ୍ଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ବାଲିମେଳା ନଗର ନିକଟସୁ ନିଳାଦ୍ରୀ ନଗର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବରିଷ୍ଠ ଲୋକ କଳାକାର ଓ ନାଟଗୁରୁ ଭଗବାନ ହନ୍ତାଳ ଙ୍କ ଅଧକ୍ଷତା ରେ ଲୋକ କଳାକାର ମାନଙ୍କୁ ନେଇ ଏକ ମହା ସମାବେଶ ର ଆୟୋଜନ କରାଯାଉଅଛି ।
ଏହି ସମାବେଶ ରେ ମୁଖ୍ୟଅତିଥି ଭାବେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ରାଜ୍ୟ ମହାସଂଘ କାର୍ଯ୍ୟକାରି ସଭା ପତି ପ୍ରମୋଦ କୁମାର ଦାଶ,. ମୁଖ୍ୟବକ୍ତା ଭାବେ ଦକ୍ଷିଣା ଅଞ୍ଚଳ ସଭାପତି ଜଗନ୍ନାଥ ବେହେରା, ସମ୍ମାନୀତ ଅତିଥ୍ ଭାବେ ନବୀନ ସତପଥୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଯ୍ୟୟ ହନ୍ତାଳ,ଶିବ ସଙ୍କର ତ୍ରିପାଠୀ, ବନବାସୀ ଗବେଷକ ରତ୍ନାକର ଦାଶ,ଶ୍ରୀନିବାସ ପାତ୍ର, ଜିଲ୍ଲା ଲୋକକଳା ସଂଘ ଉପସଭାପତି ଘେନୁ ମୁଦୁଲି ପ୍ରମୁଖ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଦିବାସୀ ଅଧ୍ୟଷିତ ଅଞ୍ଚଳ ରେ କଳା ସଂସ୍କୃତି କୁ ବଜାଇ ରଖ୍ ଲୋକ କଳାକାର ମାନଙ୍କୁ ଉତ୍ସାହିତ କରିବା ଦରକାର, ଲୋକ ସଂସ୍କୃତି, ଲୋକ କଳା କୁ ପ୍ରାଧାନ୍ୟ ଦେଇ ଅତ୍ୟା ଧୁନିକ ବାହ୍ୟସଂସ୍କୃତି ଠାରୁ ଦୁରେଇ ରହିବା ପାଇଁ ମଞ୍ଚସିନ ଅତିଥ୍ ମାନେ ପରାମର୍ଶ ଦେଇଛନ୍ତି। ଏହି ସମାବେଶ ରେ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରା ଯାଇଥିଲା।ଏହି ସମାବେଶ ରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଲୋକକଳାକାର ମାନେ ସେମାନଙ୍କ କଳା ଚାତୁରୀ ଓ ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଶଣ କରିଥିଲେ। କୃତି କଳାକାର ମାନଙ୍କୁ ଅତିଥିମାନେ ସମ୍ମାନୀତ କରି ମାନପତ୍ର ପ୍ରଦାନ କରିଥିଲେ ।ଏହି ସମାବେଶ ରେ ଲୋକ କଳାକାର ଓ ନାଟଗୁରୁ କୃଷ୍ଣ ବାଘ, ମୁକୁନ୍ଦ ନାୟକ, ବିଶ୍ବଜିତ ବିଶ୍ବାସ, ଗୌତମ ମଣ୍ଡଳ,ଡମୁରୁ ହନ୍ଧାଳ, ସୁଶ୍ରୀ ନିର୍ମଳା ଏକ୍ଜା, ସୋନାଲି ପଡିଆମି,ଗୀତା ହୀରା, ଅମଳ ମଣ୍ଡଳ, କେଶବ ଶବର,
ପ୍ରକାଶ ଚନ୍ଦ୍ର କୁଣ୍ଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।ଶେଷ ରେ ନାଟ ଗୁରୁ ଧନୁର୍ଯ୍ୟୟ ହନ୍ଧାଳ ଧନ୍ୟବାଦ ଅର୍ପଣ କରିଥିଲେ।











