ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା
ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ପରିବାର ଗଢ଼ିବାକୁ ଚାହୁଁଥିଲେ। ସେ ତାଙ୍କ ପ୍ରେମିକଙ୍କ ସହ ତାଙ୍କର ଏକମାତ୍ର ଝିଅକୁ ନେଇ ରାଜ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପର ଗଣା ଜିଲ୍ଲା ସ୍ଥିତ ଡାଇମଣ୍ଡ ହାରବରରୁ ଆନ୍ଧ୍ରପ୍ରଦେଶ ରାଜ୍ୟ କୁ ଚାଲିଯାଇଥିଲେ। କିନ୍ତୁ ଶିଶୁ କନ୍ୟାଟି ରାସ୍ତାର କଣ୍ଟା ସାଜି ଥିଲା। ପୋଲିସ ତଦନ୍ତ ଅନୁଯାୟୀ, ସେମାନେ ଦୁଇଜଣ ସେଠାକୁ ଯାଇ ଶିଶୁ କନ୍ୟାକୁ ହତ୍ୟା କରିଥିଲେ। ଅଭିଯୁକ୍ତମାନଙ୍କୁ ଦକ୍ଷିଣ ୨୪ ପ୍ରଗଣା ଥାନର ପୁଲିସ ଗିରଫ କରିଛି। ଏପରି ଏକ ଭୟଙ୍କର ଘଟଣା ବିଷୟରେ ଜାଣିବା ପରେ ପୁଲିସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଡାଇମଣ୍ଡ ହାର୍ବର ପୁଲିସ ଜିଲ୍ଲାର ପାରୁଲିଆ କୋଷ୍ଟାଲ ଥାନାର ପୁଲିସ ଆନ୍ଧ୍ରପ୍ରଦେଶରୁ ଦୁଇଜଣଙ୍କୁ ଆଣି ଗିରଫ କରିଛି। କିଛି ଦିନ ପୂର୍ବରୁ ଦୁଇଜଣଙ୍କୁ ଡାଇମଣ୍ଡ ହାର୍ବରକୁ ଅଣାଯାଇଥିଲା। ପଚରାଉଚରା ସମୟରେ, ନିଜ ପ୍ରେମିକ ସହିତ ନିଜ କୁନି ଝିଅ କୁ ହତ୍ୟା କରିଥିବା ମା’ ଝିଅକୁ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି।
ଜାଣିବାକୁ ମିଳିଛି ଯେ, ସରିଶା ଅଞ୍ଚଳର କମରପୋଲର ବାସିନ୍ଦା ନାଜିରା ବିବିଙ୍କର ଏକ ବର୍ଷ ଧରି ରାଇଦିଘିର ବାସିନ୍ଦା ତାଜଉଦ୍ଦିନ ମୋଲ୍ଲାଙ୍କ ସହ ଅବୈଧ ପ୍ରେମ ସମ୍ପର୍କ ଥିଲା। ନାଜିରା ବିବି ଏକ କାରଖାନାରେ କାମ କରୁଥିଲେ। ତାଜଉଦ୍ଦିନ ଏକ ଘରୋଇ ବସ୍ର କଣ୍ଡକ୍ଟର ଥିଲେ। ପ୍ରତିଦିନ ଯାତାୟାତ ସମୟରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। କିଛି ମାସ ପୂର୍ବରୁ ମହିଳା ଜଣକ ତାଙ୍କ ଶିଶୁ କନ୍ୟାକୁ ନେଇ ନିଖୋଜ ହୋଇଯାଇଥିଲେ। ତାଙ୍କ ସ୍ୱାମୀ ଆଝାର ଲସ୍କର ଥାନାରେ ଏକ ନିଖୋଜ ଡାଏରୀ ଦାଖଲ କରିଥିଲେ। ଏହି ସମ୍ପର୍କରେ ପୋଲିସ ତଦନ୍ତ କରି ତାଙ୍କ ମୋବାଇଲ ଫୋନ୍ ଆଧାରରେ ଆନ୍ଧ୍ର ପ୍ରଦେଶରେ ନାଜିରାଙ୍କୁ ପାଇଥିଲା। ତଦନ୍ତକାରୀଙ୍କ ଏକ ଟିମ୍ ସେଠାକୁ ଯାଇ ଜାଣିବାକୁ ପାଇଥିଲା ଯେ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହିତ ଏଠାକୁ ଆସିଛନ୍ତି। ତିନି ବର୍ଷର ଝିଅଟିର ମୃତ୍ୟୁ ହୋଇଯାଇଛି। ତାଙ୍କୁ କବର ଦିଆଯାଇଛି। ସ୍ଥାନୀୟ ଥାନାରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ ହୋଇଛି।
ସେଠାରେ ସମସ୍ତ ପ୍ରକ୍ରିୟା ସମାପ୍ତ କରିବା ପରେ, ଦୁଇଜଣଙ୍କୁ ଡାଇମଣ୍ଡ ହାର୍ବରକୁ ଅଣାଯାଇଥିଲା। ପଚରାଉଚରା ସମୟରେ, କୁନି ଶିଶୁ ମା’ ପୋଲିସକୁ କହିଥିଲେ ଯେ ଝିଅଟି ମୋ ପ୍ରେମ ପାଇଁ ବୋଝ ହୋଇପଡିଥିଲା। ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି। ନାଜିରା ଏବେ ଗୋଟିଏ ମାସର ଗର୍ଭବତୀ। ଏହି ଖବର ନାଜିରାଙ୍କ ଶ୍ୱଶୁର ଘର ଲୋକଙ୍କ ପାଖରେ ପହଞ୍ଚିବା ମାତ୍ରେ ସମସ୍ତେ କ୍ରୋଧରେ ଫାଟି ପଡ଼ିଛନ୍ତି। ମହିଳାଙ୍କ ସ୍ୱାମୀ ତାଙ୍କ ପାଇଁ କଠୋର ଦଣ୍ଡ ଦାବି କରିଛନ୍ତି। ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲା ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ମିଟୁନ କୁମାର ଦେ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ଏପରି ଦୁଃଖଦ ଘଟଣା ବିରଳ ହୋଇଛି। ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ହତ୍ୟା ମାମଲା ମଧ୍ୟ ରୁଜୁ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଯାଇଛି। ପଚରାଉଚରା ସମୟରେ ଗିରଫ ହୋଇଥିବା ମହିଳା ପୋଲିସକୁ କହିଛନ୍ତି ଯେ ସେ ଏକ ମାସର ଗର୍ଭବତୀ। ଗର୍ଭସ୍ଥ ଶିଶୁଟି ତାଙ୍କ ପ୍ରେମିକଙ୍କର।











