ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ଆଙ୍କର: ବାଲି ଚୋରା ଚାଲାଣ କୁ ନେଇ ତଦନ୍ତରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ରାଜ୍ୟରେ ବାଲି ଚୋରା ଚାଲାଣ ଏକ ଦୀର୍ଘକାଳୀନ ଅଭିଯୋଗ। ଇଡି ଏହାର ତଦନ୍ତ କରୁଛି। ଇଡି କର୍ତୁପକ୍ଷ ସକାଳୁ ଦକ୍ଷିଣ କୋଲକତା ସ୍ଥିତ ବେହାଲାର ଜେମ୍ସ ଲଙ୍ଗ ସରଣୀରେ ଏକ କାର୍ଯ୍ୟାଳୟରେ ତଲ୍ଲାସୀ କରୁଛି। ଜିଡି ମାଇନିଂ ନାମକ ଏକ କମ୍ପାନୀର ଏଠାରେ ଏକ କାର୍ଯ୍ୟାଳୟ ରହିଛି। ଜାଣିବାକୁ ମିଳିଛି ଯେ ଏହି କମ୍ପାନୀ ବାଲି ସହିତ ଜଡିତ ଏବଂ ଏହାର ଅନ୍ୟ ଏକ ଶାଖା ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ବିଧାନନଗର ସେକ୍ଟର ୫ ରେ ଅଛି। ଇଡି କିପରି ଏବଂ କେଉଁଠାରେ ଦୁର୍ନୀତି ହୋଇଛି, ବାଲି କିପରି ବର୍ଦ୍ଧିତ ସରକାରୀ ଦରରେ ବିକ୍ରି ହୋଇଛି ତାହାର ତଦନ୍ତ କରୁଛି। ଏହି ତଦନ୍ତରେ, ବେହାଲାର ଜେମ୍ସ ଲଙ୍ଗ ସରଣୀରେ ଥିବା ଜିଡି ମାଇନିଂ ନାମକ ଏକ କମ୍ପାନୀର କାର୍ଯ୍ୟାଳୟରେ ମଧ୍ୟ ମାରା ଥନ୍ ତଲ୍ଲାସୀ ଚାଲିଛି।
ପୁଣି ଆକ୍ସନ ମୁଡରେ ଇଡି
By Charcha News











