Reporter- rabindra nath mohapatro
Place-Rayagada
ଖାକି ପୋଷାକ ରେ ପୁଣି ଲାଗିଲା ଦାଗ। ଜଣେ ବ୍ଯବସାୟୀ ଙ୍କ ଠାରୁ ଜୋରଜୋବରଦସ୍ତ ପୁଲିସ ର ଭୟ ଦେଖାଇ 9ଲକ୍ଷ ଟଙ୍କା ଲୁଟ କରିଥିବା ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ଖାଲି ଏତିକି ନୁହେଁ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ଯ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ କଲ୍ଯାଣସିଂହପୁର ଓ ବିଷମକଟକ ଥାନାର ହୋମଗାର୍ଡ ଇନ୍ଦ୍ର କରକରିଆ, ତାମନା ବିଡିକା ଓ ଦିଲିପ ଗରଡିଆକୁ ଟାଉନ୍ ଥାନା ପୁଲିସ ଗିରଫ୍ କରିଛି।ସମସ୍ତ 7 ଜଣ ଅଭୁଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଚୋରୀରେ ବ୍ୟବହୃତ ବୁଲେର ଗାଡି ସମେତ 6ଗୋଟି ମୋବାଇଲ ଏବଂ ଗୋଟେ ମୋଟର ସାଇକେଲ ସହିତ 2ଲକ୍ଷ 83 ହଜାର ଟଙ୍କା ନଗଦ ଜବତ କରିଛି ରାୟଗଡା ପୋଲିସ। ଗତକାଲି ଗଜପତି ଜିଲ୍ଲା ଗାରାବନ୍ଧର ଉମା ରେଡି ନାମକ ଜଣେ ବ୍ଯବସାୟୀ ଜୟପୁରରୁ ରାୟଗଡା ଅଭିମୁଖେ ଆସୁଥିଲେ। ତେବେ ରାଫକୋଣା ଛକରେ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ଯ ତିନି ଜଣ ମିଳିତ ହୋଇ ବ୍ଯବସାୟୀ ଜଣକୁ ପୁଲିସ ର ଭୟ ଦେଖାଇଥିଲେ। ପରେ ତାଙ୍କ ଠାରୁ ନଗଦ 9ଲକ୍ଷ ଟଙ୍କା ଓ ଏକ ସୁନା ଚେନ୍ ଲୁଟ୍ କରିଥିଲେ। ତେବେ ଏନେଇ ବ୍ଯବସାୟୀ ଉମା ରେଡି ଥାନାରେ ଅଭିଯୋଗ କରିବା ପରେ ଟାଉନ୍ ଥାନା ପୁଲିସ ତନାଘନା ଆରମ୍ଭ କରିଥିଲା। ତିନି ଜଣ ହୋମଗାର୍ଡଙ୍କ ସମେତ ଅନ୍ଯ 4 ଜଣକୁ ଅଟକ ରଖି ପଚରାଉଚରା କରିଥିଲା। ପରେ ସତ୍ଯ ପ୍ରମାଣିତ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛିକି ନାହିଁ ତାକୁ ନେଇ ଖୋଳତାଢ କରାଯାଉଛି ବୋଲି ରାୟଗଡା ଅତିରିକ୍ତ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସର ଭୟ ଦେଖାଇ ଲୁଟ ଘଟଣା : କାର୍ଯ୍ଯାନୁଷ୍ଠାନ ନେଲା ପୋଲିସ
By Charcha News











