ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : କୋଲକତା ରେ ସକାଳ ୭ଟାରେ ED ଚଢାଉ କରିଛି ଭୋଟ କୁଶଳୀ ସଂଗଠନ I-PAC, I-PAC କାର୍ଯ୍ୟାଳୟ। ପ୍ରତୀକ ଜୈନଙ୍କ ଘରେ ମଧ୍ୟ ଅଧିକାରୀମାନେ ପହଞ୍ଚିଛନ୍ତି। ସୂତ୍ର ଅନୁଯାୟୀ, ଖବର ପାଇବା ମାତ୍ରେ କୋଲକତା ପୋଲିସ କମିଶନର ତାଙ୍କ ଘରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯାଇଛନ୍ତି। ଭୋରରୁ କୋଲକାତାର ଅନେକ ଅଞ୍ଚଳ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ ହୋଇଛି । ଆଜି ସକାଳେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକକାଳୀନ ଭୋଟ କୁଶଳୀ ସଂଗଠନ I-PAC, ପ୍ରତୀକ ଜୈନଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲା। ସଲ୍ଟ ଲେକରେ ଥିବା I-PAC କାର୍ଯ୍ୟାଳୟ ଏବଂ ସହରର ଲଉଡନ ଷ୍ଟ୍ରିଟରେ ଥିବା ପ୍ରତୀକ ଜୈନଙ୍କ ଘରେ ତଲାସ ଆରମ୍ଭ ହୋଇଥିଲା। ED ସୂତ୍ର ଅନୁଯାୟୀ, ଦିଲ୍ଲୀରେ ଏକ ପୁରୁଣା କୋଇଲା ଚୋରା ଚାଲାଣ ମାମଲାର ସୂଚନା ଆଧାରରେ ଏହି ଅଭିଯାନ କରାଯାଇଥିଲା। ବୁଧବାର ରାତିରେ ଦିଲ୍ଲୀରୁ EDର ଏକ ସ୍ୱତନ୍ତ୍ର ଦଳ କୋଲକାତାରେ ପହଞ୍ଚିଥିବା ଜଣାପଡିଛି। ଗୁରୁବାର ସକାଳରୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ଅଧିକାରୀମାନେ ଏକାଧିକ ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରିଥିଲେ।
ପ୍ରତୀକ ଜୈନଙ୍କ ଘର ସହିତ, ପୋଷ୍ଟା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ମଧ୍ୟ ତଲାସ ଜାରି ରହିଛି। ଏହି ଅପରେସନ୍ ସମ୍ପୂର୍ଣ୍ଣ ଭାବରେ ଏକ ପୁରୁଣା ମାମଲା ସହିତ ଜଡିତ, ଯାହା ପୂର୍ବରୁ ଦିଲ୍ଲୀରେ ତଦନ୍ତାଧୀନ ଥିଲା। ଇଡି ସୂତ୍ର ଅନୁଯାୟୀ, ଏହି ମାମଲାର ତଦନ୍ତରେ କିଛି ବର୍ଷ ପୂର୍ବେ ଝାଡ଼ଖଣ୍ଡ ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ତଲାସୀ କରାଯାଇଥିଲା। ସେହି ସମୟରେ ତଦନ୍ତକାରୀମାନେ ପୁରୁଲିଆ ଜିଲ୍ଲା ର ଅବୈଧ କୋଇଲା ବ୍ୟବସାୟୀ ଅନୁପ ମାଝୀ ଓରଫ ଲାଲାଙ୍କୁ ଦିଲ୍ଲୀ ଡକାଇ କୋଇଲା ଚୋରା ଚାଲାଣ ମାମଲାରେ ତାଙ୍କୁ ଅନେକ ଥର ପଚରାଉଚରା କରିଥିଲେ। କେବଳ ଅନୁପ ମାଝୀ ନୁହେଁ, ଏହି ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଅନ୍ୟ ଅନେକ ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଏହା ସହିତ, ଇଡି ଅଧିକାରୀମାନେ ଟଙ୍କା କାରବାର ସହିତ ଜଡିତ ଅନେକ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ସୂତ୍ର ଅନୁଯାୟୀ, ସେହି ପଚରାଉଚରାରୁ ପ୍ରତୀକ ଜୈନଙ୍କ ନାମ ସାମ୍ନାକୁ ଆସିଥିଲା। ତଦନ୍ତକାରୀମାନେ ଆର୍ଥିକ କାରବାର ସହିତ ଜଡିତ କିଛି ସୂଚନା ପାଇଥିଲେ, ଯାହାକୁ ଯାଞ୍ଚ କରିବା ପାଇଁ ଇଡି ପୁଣି ସକ୍ରିୟ ହୋଇଥିଲା। ଇଡି ସୂତ୍ର ଅନୁଯାୟୀ, ଦୀର୍ଘ ସମୟ ଧରି ମାମଲା ବିଷୟରେ ନୀରବରେ ସୂଚନା ସଂଗ୍ରହ କରାଯାଇଥିଲା।
ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିବା ପରେ ହିଁ ଏହି ତଲାସୀ ନେବାର ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟ ପଟେ ପଶ୍ଚିମ ବଙ୍ଗ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି 2026 ବିଧାନ ସଭା ନିର୍ବାଚନ ଆସୁଛି ତାହା ପୂର୍ବରୁ ଭୋଟ କୁଶଳୀ ସଂଗଠନ I-PAC, ପ୍ରତୀକ ଙ୍କ ଘର ଅଫିସ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ କରା ଯାଇଛି କାହିଁକି ଏହା କରୁଛି ed ଓ ସିବିଆଇ ଏମାନେ ଅମିତ୍ ଶାହା ନିର୍ଦ୍ଦେଶ ରେ ରେଡ କରୁଛନ୍ତି ଯେଉଁ ରାଜ୍ୟ ରେ ବିଜେପି ସରକାର ରହିଛି ସେଠାରେ ed ଓ ସିବିଆଇ ରେଡ କରୁନାହିଁ ମୁଁ ବିଜେପି ଦଳ ର ସବୁ ଠାରୁ ବଡ ବିରୋଧୀ ଦଳ ଯୋଗୁଁ ନିର୍ବାଚନ ପୂର୍ବରୁ ଅମିତ୍ ଶାହା ନିର୍ଦ୍ଦେଶ ରେ ed ସିବିଆଇ ରେଡ କରୁଛି ଜେ ଭଳି ତୃଣମୂଳ କଂଗ୍ରେସ ଦଳର ର ନେତା ମନ୍ତ୍ରୀ ସାଂସଦ ବିଧାୟକ ମାନେ ଭୟ ଭୀତ ହେବେ ଯଦି ଏ ଭଳି ପୁଣୀ ହେବ ମୁ ବୃହତ୍ତମ ଆନ୍ଦୋଳନ କରିବି












