ପ୍ରଶାନ୍ତ ରାଉଳ
କୋଲକତା
ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ହିଙ୍ଗଲଗଞ୍ଜର ସାଣ୍ଡେଲା ବିଲ୍ ଗ୍ରାମ ପଞ୍ଚାୟତର ବକ୍ରା ବାଲିଆପାରା ଅଞ୍ଚଳରେ ଘଟଣା। ଉଜ୍ଜ୍ୱଳ ବାଉଲିଆ ପିତା ସୁଭାଷ ବାଉଲିଆ କିଛି ଦିନ ପାଇଁ ଭ୍ରମଣରେ ଯାଇଥିଲେ। ସେଥିପାଇଁ ସେମାନଙ୍କ ଘର ଖାଲି ଥିଲା। ସେମାନେ ଘରକୁ ଫେରିବା ପରେ ଘରେ କିଛି ଶବ୍ଦ ଶୁଣି ଯାଇ ଦେଖିଥିଲେ ଓ ଦେଖି ସେମାନେ ଭୟ ଭୀତ ହୋଇ ବନ ବିଭାଗକୁ ସୂଚନା ଦିଆଯିବା ପରେ ସେମାନେ ଘଟଣାସ୍ଥଳକୁ ଆସି ଖୋଜାଖୋଜି ଆରମ୍ଭ କରିଥିଲେ। ସାପ ଓ ତା ଛୁଆ ଗୁଡ଼ିକ ମିଳିବା ପରେ ବନ ବିଭାଗ କର୍ମଚାରୀମାନେ ପ୍ରାୟ 20ଟି ବିଷାକ୍ତ କେଉଁଟ ସାପ ଉଦ୍ଧାର କରିଥିଲେ। ଏତେ ସାପ ଏକାଠି ଦେଖିବା ସମ୍ଭବ ନୁହେଁ। ଅନେକ ଲୋକ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିବାରେ ଭୁଲ କରି ନଥିଲେ। ଏହି ଘଟଣା ଜଣାପଡିବା ମାତ୍ରେ ଏହି ଚିତ୍ର ଦେଖିବାକୁ ବହୁ ସଂଖ୍ୟକ ଲୋକ ଅଞ୍ଚଳକୁ ଆସିଥିଲେ ଏବଂ ଅଞ୍ଚଳ ବାହାରୁ ମଧ୍ୟ ଲୋକମାନେ ଏହାକୁ ଦେଖିବାକୁ ଆସିଥିଲେ। ଏକ ଶବ୍ଦରେ କହିବାକୁ ଗଲେ, ବାଉଲିଆ ପଡା ରେ ଏକ ସର୍ପ ମେଳା ଚାଲିଛି ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ, ଏହି ଚିତ୍ର ଦେଖିବା ପରେ ପରିବାର ଏବଂ ସମଗ୍ର ପଡ଼ୋଶୀ ଭୟଭୀତ ହୋଇଯାଇଛନ୍ତି।











