

ଉଦଳା – (ରାଜୀବ କୁମାର ବେହେରା) –
ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ଦୃଷ୍ଟିବାଧିତ ମହିଳା କ୍ରିକେଟ T–20 ବିଶ୍ୱକପ୍ ଫାଇନାଲରେ ନେପାଳକୁ ହରାଇ ଭାରତୀୟ ଟିମ୍ ବିଜୟ ହାସଲ କରି ଚାମ୍ପିୟନ ହୋଇଛି। ଏହି ବିଜୟୀ ଟିମରେ ମୟୂରଭଞ୍ଜର ଦୁଇ କନ୍ୟା —
ଉଦଳା ଶସକୁଲଗି ର ଗର୍ବ ବାସନ୍ତୀ ହାଁସଦା — ଦୃଷ୍ଟିବlଧିତ T20 ମହିଳା ବିଶ୍ୱକପ୍ ବିଜୟ ପରେ ଜନ୍ମମାଟିରେ ଭବ୍ୟ ସ୍ଵାଗତ
ଦୃଷ୍ଟିବଧିତ ମହିଳା ବିଶ୍ୱକପ୍ T20 ଟାଇଟଲ୍ ଜିତି ଭାରତ ଐତିହାସ ରଚିଥିବା ପରେ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଯୋଗ ଦେଇଥିବା ଉଦଳା ବ୍ଲକ୍ ଅଧୀନ ଶସକୁଲଗି ଗାଁର ଝିଅ ବାସନ୍ତୀ ହାଁସଦା ଜନ୍ମମାଟିକୁ ଫେରିବା ସହିତ ଗାଁବାସୀଙ୍କ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ମଧ୍ୟରେ ଅଭିନନ୍ଦିତ ହୋଇଛନ୍ତି।
ସେହି ପରି ଖୁଣ୍ଟା ବ୍ଲକ୍ ଅଧୀନ ବାଲିମୁଣ୍ଡଳୀ ଗ୍ରାମର ପାର୍ବତୀ ମାରାଣ୍ଡି ରହିଥିବାରୁ ଜିଲ୍ଲାରେ ଖୁସି କହିଲେ ନ ସରେ।
ଶସକୁଲଗି ଗ୍ରାମରେ ବାସନ୍ତୀଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ l
ଶୁକ୍ରବାର ବିଶ୍ୱବିଜୟ ସହ ଜନ୍ମମାଟିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ବାସନ୍ତୀ ହାଁସଦା। ସ୍ବାଗତ ପାଇଁ ପୁରା ଗାଁ ଉତ୍ସବ ମୁଖର ଥିଲା। ଗାଁ ଓ ଘର ସଜାଯାଇଥିଲା, ରଙ୍ଗୋଲି ଓ ଫୁଲରେ ସମ୍ମାନ ଜଣାଯାଇଥିଲେ। ଆଦିବାସୀ ବାଦ୍ଯଯନ୍ତ୍ର ଓ ନାଚଗୀତ ସହ ଶୋଭାଯାତ୍ରା ମାଧ୍ୟମରେ ତାଙ୍କୁ ଗ୍ରାମରେ ଆଣାଯାଇଥିଲା।
ଏହି ଅବସରରେ ଉଦଳା ବ୍ଲକ ଅଧିକାରୀ ସମରଜିତ କର, ସିଡିପିଓ କୃଷ୍ଣା ମହାପାତ୍ର, ବଡ଼ଖମଣ ସରପଞ୍ଚ, ବ୍ଲକ୍ ଚେୟାରମ୍ୟାନ ମଞ୍ଜୁଲତା ବିଶ୍ୱାଳ ଉପସ୍ଥିତ ରହି ଫୁଲମାଳା ପିନ୍ଧାଇ ସ୍ବାଗତ କରିଥିଲେ।
ସ୍ବାଗତର ଭବ୍ୟ ଦୃଶ୍ୟ ଦେଖି ବାସନ୍ତୀ ଭାବବିହ୍ବଳ ହୋଇପଡ଼ିଥିଲେ। ସେ କହିଥିଲେ —
“ମୁଁ ବିଶ୍ୱପାଇଁ ଖେଳୁଛି, କିନ୍ତୁ ଘର ନଥିବାରୁ ଖେଳ ସାରି ଫେରିଲେ ଅନେକ ସମୟରେ ବାହାରେ ଶୋଇବାକୁ ପଡ଼େ। ସ୍ବପ୍ନର ଘର ମିଳିଲେ ଆଉ ବଡ଼ ବିଜୟ ଆଣିବି।”
ମୁଖ୍ୟମନ୍ତ୍ରୀ ଦେଇଥିବା ଘର ପ୍ରତିଶ୍ରୁତି ପ୍ରତି ସେ ଆଶା ଜଣାଇଛନ୍ତି।
ବାସନ୍ତୀଙ୍କ ମା’ ଯମୁନା ହାଁସଦା ଓ ବାପା ଛାଗୁ ହାଁସଦା କହିଛନ୍ତି —“ଆଜି ଝିଅ ଗାଁର ନାମ ଉଜ୍ଜ୍ୱଳ କରିଛି। ଆମର ଗର୍ବ।”
ପାର୍ବତୀ ମାରାଣ୍ଡିଙ୍କୁ ଖୁଣ୍ଟାରେ ଭବ୍ୟମୟ ସ୍ବାଗତ
ସେହିଭଳି, ପାର୍ବତୀ ମାରାଣ୍ଡି ଘରକୁ ପହଞ୍ଚିବା ପୂର୍ବରୁ ଖୁଣ୍ଟା ବଜାରରୁ ଏକ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରି କ୍ରମା କରି ଘର ପର୍ଯ୍ୟନ୍ତ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ଆଦିବାସୀ ବାଦ୍ଯ ସହ ନାଚଗୀତର ତାଳରେ ଗାଁର ଲୋକ ହାତରେ ବ୍ୟାଟ ଓ ଜାତୀୟ ପତାକା ଧରି ଅଭିନନ୍ଦନ କରିଥିଲେ। ପାର୍ବତୀ ମଧ୍ୟ ହସି ହସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ସ୍ବାଗତ ଅବସରରେ ଖୁଣ୍ଟା ବ୍ଲକ୍ ବିଡ଼ିଓ, ଖୁଣ୍ଟା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି, ତହସିଲଦାର ଓ ଅନେକ ଅତିଥି ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ। ପାର୍ବତୀ ଗ୍ରାମକୁ ପହଞ୍ଚି ସେଇ କ୍ରୀଡ଼ା ପଡ଼ିଆକୁ ପ୍ରଣାମ କରିଥିବା ଦୃଶ୍ୟ ଗ୍ରାମବାସୀଙ୍କୁ ଭାବବିହ୍ବଳ କରିଥିଲା।
ଜିଲ୍ଲାର ପାଇଁ ଗର୍ବର ଗୌରବ
ବାସନ୍ତୀ ଓ ପାର୍ବତୀଙ୍କ ଉପଲବ୍ଧି ମାତ୍ର ଦୁଇଟି ପରିବାର ନୁହେଁ, ସlରା ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବ ଗୌରବ ର ବିଷୟ ହୋଇଛି। ଦୁଇଜଣଙ୍କୁ ଦେଖି ସାଙ୍ଗସାଥି, ଗ୍ରାମବାସି ମଧ୍ୟରେ ନୂତନ ପ୍ରେରଣା ସୃଷ୍ଟି ହୋଇଛି।











