by- ରାଜୀବ କୁମାର ବେହେରା : dt-3.4.2026
ଉଦଳା :: dt-3.4.2026 :ମୟୁରଭଞ୍ଜ ଜିଲ୍ଲାରେ ବେଆଇନ ଗୋ ଚାଲାଣ ଘଟଣା ନିରନ୍ତର ବଢୁଥିବା ବେଳେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଠାକୁରମୁଣ୍ଡା, ପୋଡାଡିହା ଓ ଉଦଳା ଅଞ୍ଚଳକୁ ଗୋ ମାଫିଆଙ୍କ ପେଣ୍ଠସ୍ଥଳୀ ଭାବେ ଚିହ୍ନଟ କରାଯାଉଥିବା ବେଳେ ପ୍ରତିଦିନ ଗୋ ଚାଲାଣ ଘଟଣା ସାମ୍ନାକୁ ଆସୁଛି।
ଏହି ପରିପ୍ରେକ୍ଷୀରେ କପ୍ତିପଦା ଥାନା ଅଧୀନ ନୁଦଡିହା ଫାଣ୍ଡି ପୋଲିସ ସର୍ବଣା ଗ୍ରାମ ନିକଟରେ ଅତର୍କିତ ଚଢ଼ାଉ କରିଥିଲା। ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ପେଟ୍ରୋଲିଂ କଡାକଡି କରିଥିବା ବେଳେ OD11V5216 ନମ୍ବର ବିଶିଷ୍ଟ ଏକ ପିକଅପ ଭେନରେ ୬ଟି ଗାଈକୁ ବେଆଇନ ଭାବେ ନେଇଯାଉଥିବା ଧରାପଡ଼ିଥିଲା।
ପୋଲିସକୁ ଦେଖି ଗୋ ଚାଲାଣକାରୀମାନେ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ସହ ୬ଟି ଗାଈକୁ ଉଦ୍ଧାର କରି ଜବଦ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ୮୧/୨୬ ନମ୍ବରରେ ମାମଲା ରୁଜୁ କରାଯାଇଛି।
ଉଦ୍ଧାର ହୋଇଥିବା ଗାଈମାନଙ୍କୁ ବାଲେଶ୍ୱର ଗୋଶାଳାକୁ ପଠାଯାଇଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଏପରିସ୍ଥିତିରେ ଅଞ୍ଚଳବାସୀ ପୋଲିସର ଏହି କାର୍ଯ୍ୟକୁ ସ୍ୱାଗତ କରିଥିବା ବେଳେ ଜିଲ୍ଲାରେ ବେଆଇନ ଗୋ ଚାଲାଣ ରୋକିବା ପାଇଁ ଆହୁରି କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଚର୍ଚ୍ଚା NEWS












