ପ୍ରଶାନ୍ତ ରାଉଳ
କୋଲକାତା
କୋଲକାତାର ଓଡିଆ ବହୁଳ ଅଂଚଳ ବୌବଜାର ୬ ନମ୍ବର ଗୋବିନ୍ଦ ସରକାର ଲେନ୍ସ୍ଥିତ ଶ୍ରୀ ଶ୍ରୀ ଭାଗବତ ସପ୍ତାହ ଅନୁଷ୍ଠାନ ପକ୍ଷରୁ ୬୫ତମ ଶ୍ରୀମଦ୍ ଭାଗବତ ପାଠ, ଗୀତାଯଞ୍ଜ ଅନୁଷ୍ଠାନ ଗୁରୁବାର ଠାରୁ ଆରମ୍ଭ ହୋଇଛି ପଣ୍ଡିତ ଦୀପକ ଦାଶ, ପୂଜକ ଶୁସାନ୍ତ ଦାଶ, କର୍ତ୍ତା ପ୍ରକାଶ ସାମଲ, ଶ୍ରୋତା ନରେନ୍ଦ୍ର ନାୟକ ପୂଜାକାର୍ଯ୍ୟ କରୁଛନ୍ତି ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଓଡିଆ ବହୁଳ ଅଂଚଳରେ ଜଗନ୍ନାଥ ସଂସ୍କୃତି ଓ ମହିମା ପ୍ରଚାର ପ୍ରସାର ଦିଗରେ କମିଟି ଅର୍ଦ୍ଧଶତାଦ୍ଦୀରୁ ଅଧିକ କାଳ ଧରି ପ୍ରୟାସରତ ଆଗାମୀ ୫ ତାରିଖ ବୁଧବାର ପୂର୍ଣ୍ଣାହୁତି ସହ ଶେଷହେବ ଉତ୍ସବ ସଂପାଦକ ଶମ୍ବୁନାଥ ଦାସ ପ୍ରାରମ୍ଭିକ ସୂଚନା ଦେଇ କହିଲେ ଓଡିଶାର ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଆମେ ଓଡିଆ ହୋଇ କେବେ ଭୁଲିବୁ ନାହିଁ ଏହା ଭାଇଚାରାର ନିଦର୍ଶନ ଓ ଆମ ଜଗନ୍ନାଥ ସାଂସ୍କୃତିକୁ ସମୃଦ୍ଧ କରିଥାଏ ଉପ-ସଭାପତି ଅଜିତ କୁମାର ରାୟ, ସହ-ସମ୍ପାଦକ ପ୍ରକାଶ ସାମଲ ଏହାର ନେତୃତ୍ବ ନେଇଥିବା ବେଳେ ମୁଖ୍ୟବ୍ୟକ୍ତି ସଂଜୟ କୁମାର ରାଉତ, ନାରାୟଣ ବାରିକ, ଗୋଲେଖ ଜେନା, ଶରତ କୁମାର ନାୟକ, ଅମୀୟ ରାଉତ, ପ୍ରଫୁଲ ବେହେରା, ପ୍ରମୋଦ ସାହୁ, ରବୀନ୍ଦ୍ର କୁମାର ସାହୁ, ଆଶୁତୋଷ ମିଶ୍ର, ଭଗବାନ ବେହେରା, ବିଚିତ୍ର ସାହୁ ପ୍ରମୁଖ ମୁଖ୍ୟାଂଶରେ ଅଛନ୍ତି ଭାଗବତ ପାଠ, ନାମଯଞ୍ଜ, ସଙ୍କୀର୍ତ୍ତନରେ ସମଗ୍ର ଅଞ୍ଚଳ ଜଗନ୍ନାଥ ମୟ ହୋଇଉଠିଛି
ବୌବଜାରରେ ଶ୍ରୀ ଶ୍ରୀ ଭାଗବତ ସପ୍ତାହ ଅନୁଷ୍ଠାନ ପକ୍ଷରୁ ଭାଗବତ ସପ୍ତାହ ଆରମ୍ଭ
By Charcha News











