ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ର ଗଣ ପର୍ବ ଚଇତି ମହୋତ୍ସବ ଅବସରରେ ରାମନାଗୁଡା ବ୍ଲକ ସଦର ମହକୁମା ମିନି ଷ୍ଟାଡିୟମ ପରିସରରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ “ଚଇତି-୨୦୨୫”ପାଳିତ ହୋଇଯାଇଛି। ରବିବାର ସକାଳେ ଶୁଣ୍ଡିଧାମୁଣି ପଞ୍ଚାୟତ ଅନ୍ତର୍ଗତ ପାଲୁପାଇ ନାଳ ନିକଟରେ ଦେବ ଦେବ ମହାଦେବ ଙ୍କୁ ନିକଟରେ ଗଙ୍ଗା ପୂଜାର୍ଚ୍ଚନା କରିବା ପରେ କଳସ ଅଣାଯାଇ ଗଣପତି ଗୁଡ଼ା ସ୍ଥିତ ମା ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କଳସ ଶୋଭାଯାତ୍ରାରେ ୧୨ ପଞ୍ଚାୟତ ରୁ ଯୋଗ ଦେଇଥିବା ସାଂସ୍କୃତିକ ଦଳ ସହ ବ୍ଲକସ୍ତରର ସମସ୍ତ କର୍ମଚାରୀ ସାମିଲ ହୋଇଥିବା ବେଳେ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟଯନ୍ତ୍ର ମାଧ୍ୟମରେ ଶୋଭାଯାତ୍ରା ସହର ପରିକ୍ରମା କରି ଚଇତି ମଣ୍ଡପରେ ପହଞ୍ଚିଥିଲା।ମଣ୍ଡପରେ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଅତିଥିମାନେ ବିଭିନ୍ନ ବିଭାଗ ଦ୍ୱାରା ଖୋଲାଯାଇଥିବା ଷ୍ଟଲକୁ ଉଦଘାଟନ କରିବା ସହ ବୁଲି ଦେଖିଥିଲେ।ପରେ ଚଇତିମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ,ସମ୍ମାନିତ ଅତିଥି ରୂପେ ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ,ଆଇ ଆର ବି ଭମିନି କମାଣ୍ଡଣ୍ଟ ବ୍ରଜମୋହନ ନାୟକ,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଉପାଧ୍ୟକ୍ଷ ଜାନକୀ ନିମାଲା ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଚାଷ,ସ୍ବାସ୍ଥ୍ୟ ସେବା,ମହିଳା ଶିଶୁ ବିକାଶ,ଲୋକ କଳା ଆଦିରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷ ଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।
୨୦୨୩ ମସିହା ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ବୁଥିଂ ପଞ୍ଚାୟତ ର ହିମାଳୟ ଶବର ଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ଚଇତି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତ ଓ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦଳଗତ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା।ଏହି ଅବସରରେ କଳାହାଣ୍ଡି ରୁ ଆସିଥିବା ଘୁମୁରା ନୃତ୍ୟ ଦର୍ଶକ ଙ୍କ ମନ ବିଭୋର କରିଥିଲା। କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ବୁଦ୍ଧିଜୀବୀ ,ଗଣମାଧ୍ୟମ ପ୍ରତିନିଧି ବହୁ ସଂଖ୍ୟା ରେ ଜନ ସାଧାରଣ ଯୋଗ ଦେଇଥିଲେ।ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ,ଅର୍ଥ ଅଧିକାରୀ ନୀଳକଣ୍ଠ ଶବର,ସହକାରୀ ଯନ୍ତ୍ରୀ ଦିପ୍ତିରାଣୀ ମୁନି,ବିପିସି ସନ୍ତୋଷ ରତ୍ନାଲୁ ଯୋଗାଣ ନିରୀକ୍ଷକ ଶଙ୍କର ବେହେରା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ ତାଣ୍ଡାଶି,ଜିପିଡିଓ ପଦ୍ମନ ସାହୁ,ଚିତ୍ତ ରଂଜନ ଦେଓ,ନରହରି ଦାଶ,ଜୟନ୍ତୀ ପାତ୍ର ,ପ୍ରିୟଙ୍କା ସିଂ,ବି କ୍ଷୀରୋଦ,ରମାକାନ୍ତ ମାଣ୍ଡାଙ୍ଗୀ ଙ୍କ ସହ ସମସ୍ତ କର୍ମଚାରୀ, ଏଡିଓ,ଜିଆରଏସ ଏମ୍ବିକେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା ଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ବିଦିଶା ଶତପଥୀ,ଅଶ୍ଵିନୀ ତ୍ରିପାଠୀ ଓ ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।ଶେଷରେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।












