ରାୟଗଡ଼ା/ ରବିନ୍ଦ୍ର ନାଥ ମହାପାତ୍ର:
କୋରାପୁଟରାୟଗଡ଼ା ବ୍ରହ୍ମପୁର କୁ ସଂଯୋଗ କରୁଥିବା ୩୨୬ ନମ୍ୱର୍ ଜାତୀୟ ରାଜ ପଥ ଏବେ ପାଲଟିଛି ମରଣଯନ୍ତା।ବିଶେଷ କରି ରାୟଗଡ଼ା ଜିଲ୍ଲା ରେ ୧୦୦କିମି ରାସ୍ତା ମଧ୍ୟରେ ପ୍ରତି ଜାଗାରେ ବଡ ବଡ ଖାଲ ହୋଇଛି।ଗୁମୁଡ଼ା ଅନ୍ତରଝୋଲି ଛକ ନିକଟ ଏହି ମୁଖ୍ୟ ଜାତୀୟ ରାଜପଥ ଟି ଦୀର୍ଘ ଦିନ ଧରି ମରଣଯନ୍ତା ଭାବେ ପଡ଼ି ରହିଥିଲା।ରାସ୍ତା ମଝିରେ ବଡ ବଡ ଖାଲ ହୋଇଥିଲା।ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନ ନିକଟରେ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ସରକାର ଙ୍କ ଠାରୁ କୌଣସି ସଫଳ ସମାଧାନ ର ପନ୍ଥା ବାହାରି ପାରିଲା ନାହିଁ।ଏହି ରାସ୍ତାରେ ଦିନ କୁ ଶହ ଶହ ଗାଡି ଯାତାୟାତ କରୁଛି।ଭୁବନେଶ୍ୱର କୋରାପୁଟ ରାୟଗଡ଼ା ମୁଖ୍ୟ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି।ତେବେ ଏହି ରାସ୍ତା କୁ ଏବେ ମରାମତି କରିଛି ବିପଦର ବନ୍ଧୁ ସଦସ୍ୟ ମାନେ।ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବିପଦର ବନ୍ଧୁ ସଦସ୍ୟ ମାନେ ନିଜ ପକେଟ୍ ଖର୍ଚ୍ଚ ରୁ ଟଙ୍କା ବାହାର କରି ସମସ୍ତେ ଏକତ୍ରିତ ହୋଇ ମେଟାଲ୍, ଚିପସ ସିମେଣ୍ଟ କିଣି ନିଜେ ଶ୍ରମ ଦାନ କରି ଉକ୍ତ ରାସ୍ତା କୁ ମରାମତି କରିବାରେ ସଫଳ ହୋଇଥିଲେ।ଆଗକୁ ଜାତୀୟ ରାଜପଥ ଅଧିକାରୀ ଏହି ରାସ୍ତା ମରାମତି ନ କଲେ ଏପରି ବିପଦର ବନ୍ଧୁ ସଦସ୍ୟ ମାନେ ବାହାରି ରିପର କରିବ ବୋଲି କହିଛି।ପ୍ରଶାସନିକ ନିରବତା ଆଗରେ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ର ଏହିଭଳି ମହାନ୍ କାର୍ଯ୍ୟଧାରା କୁ ସ୍ଥାନୀୟ ବାସିନ୍ଦା ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ସହଯୋଗରେ ଅଞ୍ଚଳର ସମସ୍ତ ସମସ୍ୟା ର ଆଶୁ ସମାଧାନ ସକାଶେ ପ୍ରଶାସକ ଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ମତ ପ୍ରକାଶ କରାଯାଇଥିଲା।
ମରଣଯନ୍ତା ସାଜିଥିବା ୩୨୬ ନମ୍ୱର୍ ଜାତୀୟ ରାଜପଥ କୁ ମରାମତି କଲା ବିପଦର ବନ୍ଧୁ ସଦସ୍ୟ
By Charcha News











