ନବରଙ୍ଗପୁର ଜିଲ୍ଲା ଉମରକୋଟ / ଶ୍ରୀକାନ୍ତ ନନ୍ଦ
ଉମରକୋଟ ସାଇବର କ୍ରାଇମ ପୋଲିସ ହରିଆଣା ର ଏକ ଟିମ ଆଜି ଉମରକୋଟ ସ୍ଥିତ dnk କେଲୋନୀ ରୁ ରାକେଶ ମହାପାତ୍ର କୁ ଆରେଷ୍ଟ କରିଛନ୍ତି। ଅଭିଯୁକ୍ତ ରାକେଶ ମହାପାତ୍ର, ପିତା -ରାଜେଶ ମହାପାତ୍ର ଭୁବନେଶ୍ୱର NIIT ରେ ପଢୁଥିଲା ସମୟରେ ତା ନାଁ ରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥଲା। ଏହି ଆକଉଣ୍ଟ ରେ କୋଟି କୋଟି ଟଙ୍କା ର transaction ହେଉଥିଲା। ହରିୟାଣା ପୋଲିସ ଏକ ସାଇବର କ୍ରାଇମ ର ଅନୁସନ୍ଧାନ କରୁଥିବା ବେଳେ ଏହି ଆକଉଣ୍ଟ ରେ ୧୬ ଲକ୍ଷ ୫୦ ହଜାର ଟଙ୍କା ଆସିଥିବା ଖବର ପାଇ ଆକଉଣ୍ଟ ହୋଲଡର ରାକେଶ ମହାପାତ୍ର କୁ ତାଙ୍କ ଘର dnk ଉମରକୋଟ ରୁ ଆରେଷ୍ଟ କରିଛନ୍ତି।ସେକ୍ସନ ୩୧୮/୪ ୬୧/୨ BNS ଅନୁଯାଇ ବଲଗଡ ଫରିଦାବାଦ ହରିୟାଣା ର SI ଫରବିନ ତାଙ୍କ ଟିମ ସହିତ ଆସି ଅଭିଯୁକ୍ତ କୁ ଧରିବା ସହିତ ଆରେଷ୍ଟ କରି ନେଇଛନ୍ତି। ଅଭିଯୁକ୍ତ ନାଁ ରେ କେଶ ନଂ -128 dtd. 26.09.2024ରେ ରୁଜୁ ହୋଇଥିଲା । ଅଭିଯୁକ୍ତ ର କହିବା ଅନୁସାରେ ତାର ସାଙ୍ଗ ମାନେ ଏହି ଆକଉଣ୍ଟ ର ବ୍ୟବହାର କରୁଛନ୍ତି । ରାକେଶ ମହାପାତ୍ର ର ବାନ୍ଧବୀ ମିନାର ଦେବୀ କୁ ମଧ୍ୟ ହରିୟାଣା ପୋଲିସ ଆରେଷ୍ଟ କରିଛନ୍ତି।
ମହାପାତ୍ର କୁ ଆରେଷ୍ଟ କରିଛି ସାଇବର କ୍ରାଇମ ପୋଲିସ
By Charcha News











