ପ୍ରଶାନ୍ତ ରାଉଳ/କୋଲକତା :-
ମାତ୍ର ପାଞ୍ଚ ଟଙ୍କା ଚା ପାଇଁ ଜଣେ ବ୍ୟକ୍ତି ଙ୍କୁ ହତ୍ୟା ରାଜ୍ୟ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ସାଲାରରେ ଚା’ ପାଇଁ ଜଣେ ବ୍ୟକ୍ତି କୁ ହତ୍ୟା ହୋଇଛି। ସାଲାର ଥାନା ଅନ୍ତର୍ଗତ ଲାଇବ୍ରେରୀ ପାଡା ଅଞ୍ଚଳରେ ଏହି ହୃଦୟବିଦାରକ ଘଟଣା ଘଟିଛି। ମୃତକଙ୍କ ନାମ ଫିରୋଜ ଶେଖ୍। ସ୍ଥାନୀୟ ସୂତ୍ର ଅନୁଯାୟୀ, ସେ ମାନସିକ ସ୍ତରରେ ଅସ୍ଥିର ଥିଲେ। ଆଜି ସକାଳେ ଫିରୋଜ ଶେଖ୍ ସ୍ଥାନୀୟ ଚା’ ଦୋକାନକୁ ଚା’ ପିଇବାକୁ ଯାଇଥିଲେ। କିନ୍ତୁ ଦୋକାନୀ ତାଙ୍କୁ ଚା’ ଦେବାକୁ ମନା କରିଦେଇଥିଲେ। ଅଭିଯୋଗ ହୋଇଛି ଯେ ଫିରୋଜ ରାଗିଯାଇ ଦୋକାନୀଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଏହା ପରେ ଉତ୍ତ୍ୟକ୍ତ ଦୋକାନୀ ଫିରୋଜଙ୍କୁ ଆକ୍ରମଣ କରି ତାଙ୍କୁ ମାଡ଼ ମାରିଥିଲେ। ଗୁରୁତର ଆହତ ହେବା ପରେ ଫିରୋଜ ଶେଖ୍ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସୂଚନା ପାଇ ସାଲାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମର୍ଗକୁ ପଠାଇଛି।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଦୋକାନୀଙ୍କୁ କଠୋର ଦଣ୍ଡ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଅନ୍ୟ ପଟେ ପୋଲିସ ଚା ଦୋକାନୀ କୁ ଗିରଫ କରିଛନ୍ତି











