କୋଲକାତା/ ପ୍ରଶାନ୍ତ ରାଉଳ:-
ରାଜ୍ୟ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ସ୍ଥିତ କାଳିଆଚକର ଭୋଲାଇଚକରୁ ରେକର୍ଡ ପରିମାଣର ବ୍ରାଉନସୁଗାର ଉଦ୍ଧାର। ମାଲଦା ଜିଲ୍ଲାର କାଳିଆଚକ ଥାନା ଅନ୍ତର୍ଗତ ଗୋଲାପଗଞ୍ଜ ପାହାଡ ପୁଲିସ ପାଇଁ ପୂଜା ସାମ୍ନାରେ ଏକ ବଡ଼ ସଫଳତା। ସୂଚନା ପାଇବା ପରେ ପୁଲିସ ଏକ ଅଭିଯାନ ଚଳାଇଥିଲା। ସ୍ଥାନୀୟ ଆମ୍ବ ବଗିଚାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା। ୩୯ କିଲୋଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ୧) ବରକତ ଶେଖ, ୨) ରୋଫ ଶେଖ, ୩) ହସିବୁର ଶେଖ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ କାଳିଆଚକର ମୋଜାମପୁର ଅଞ୍ଚଳର ବାସିନ୍ଦା। ଏପର୍ଯ୍ୟନ୍ତ ଜିଲ୍ଲାରେ ସର୍ବାଧିକ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମାଲଦାର କାଳିଆଚକରୁ ଉଦ୍ଧାର ରେକର୍ଡ ପରିମାଣର ବ୍ରାଉନ ସୁଗାର ଉଦ୍ଧାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା।
By Charcha News











