ବଲାଙ୍ଗିର/ ଦେବେନ୍ଦ୍ର ପୋଡ଼: ପୂର୍ବ ଶତ୍ରୁତାକୁ ରାଗ ରଖି ନିଶା ଶକ୍ତ ଅବସ୍ଥାରେ ଗାଁ ମନ୍ଦିରରେ ପୂଜା କରୁଥିବା ପୂଜକ ଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଘର ଭଙ୍ଗାରୁଜା କଲା ସ୍ଥାନୀୟ ଜଣେ ଯୁବକ । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଳପଡ଼ା ବ୍ଳକ ଖପ୍ରାଖୋଲ ଥାନା ଦର୍ଲିପାଲି ପଞ୍ଚାୟତ ମାଲପଡା ଗ୍ରାମରେ । ଗ୍ରାମରେ ଥିବା ମହାଦେବ ମନ୍ଦିରରେ ବହୁ ବର୍ଷ ହେଲା କଳିନ୍ଦ୍ର ଥନାପତି ପୂଜକ ଭାବେ ପୂଜା କରି ନିଜର ପରିବାର ସହ ଜୀବିକା ନିର୍ବାହ କରୁଛନ୍ତି । ସେହି ଗ୍ରାମର ଅଭିମନ୍ୟୁ ମାଝୀ (୩୩) ରାତ୍ରି ୧୦ ଟା ସମୟରେ ଘର ବାଡ଼ି ପଟୁ ଆକସ୍ମିକ ଭାବେ ଥନାପତିଙ୍କ ଘର ଭିତରକୁ ପଶି ପରିବାର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲା । ଏହା ଦେଖି ପୁଅ କୁ ବଞ୍ଚାଇବା ପାଇଁ ବାପା ଅଭିମନ୍ୟୁକୁ ମନା କରିଥିଲେ କିନ୍ତୁ ଅଭିଯୁକ୍ତ ତାଙ୍କ କଥାକୁ ଖାତିର ନ କରି ତାଙ୍କୁ ମଧ୍ୟ ଆକ୍ରମଣ କରି ତଳେ ପକାଇ ଦେଇଥିଲା । ପରେ ଠେଙ୍ଗା ସାହାଯ୍ୟରେ ଘରର ଖପର, କବାଟ କୁ ଭାଙ୍ଗି ଚୁରମାର କରିଦେଇଥିଲା । ଏହା ଦେଖି ପରିବାର ଲୋକ ଖପ୍ରାଖୋଲ ଥାନାକୁ ଯୋଗାଯୋଗ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରି ଅଭିଯୁକ୍ତକୁ ଥାନାକୁ ଆଣିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୯୨/୨୦୨୫ ରେ ଏକ ମାମଲା ୠଜୁକରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରଯାଇଥିବା ବେଳେ ଏହାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି ।
ମାଲପଡ଼ା ମନ୍ଦିର ପୂଜକଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ସହ ଘର ଭଙ୍ଗାରୁଜା କଲା ଦୁର୍ବୃର୍ତ୍ତ
By Charcha News











